Latest Odisha News

ବୈଦିକ ବ୍ରାହ୍ମଣମାନେ ଭଗବାନ: ଆଇଏଏସ ନିୟାଜ ଖାନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ : ବୈଦିକ ବ୍ରାହ୍ମଣମାନେ ଭଗବାନ। ବ୍ରାହ୍ମଣଙ୍କ ଜ୍ଞାନକୁ ବ୍ୟବହାର କରି ଦେଶ ସୁପର ପାଓ୍ୱାର ହୋଇପାରିବ। ଜଣେ ଆଇଏଏସ ଅଧିକାରୀ ଯିଏକି ଜଣେ ମୁସଲମାନ ଏପରି କହିଛନ୍ତି।

BjdElectrycity

ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ ନିୟାଜ ଖାନ ବ୍ରାହ୍ମଣମାନଙ୍କ ଜ୍ଞାନକୁ କେନ୍ଦ୍ର କରି ଏକ ବହି ଲେଖିଛନ୍ତି। ଏହି ବହିର ନାମ ହେଉଛି ‘ବ୍ରାହ୍ମିଣ ଦ ଗ୍ରେଟ’ ଅର୍ଥାତ ବ୍ରାହ୍ମଣ ମହାନ। ସେ ଏହି ବହିରେ ଶୁଭେନ୍ଦ୍ର ଓରଫ ଜୁନିୟର କୌଟଲିଅଙ୍କୁ ନେଇ ଲେଖିଛନ୍ତି। ଜୁନିୟର କୌଟିଲ୍ୟ ଜଣେ ବ୍ରାହ୍ମଣ। ଆମେରିକାର ଏକ କମ୍ପାନୀରେ ସିଇଓ ଭଳି ସମ୍ମାନଜନକ ଚାକିରିରୁ ଇସ୍ତଫା ଦେଇଛନ୍ତି ଏବଂ ବ୍ରାହ୍ମଣମାନଙ୍କ ଗୌରବ ଫେରାଇ ଆଣିବାକୁ ସେ କାମ କରୁଛନ୍ତି।

ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ ଅଧିକାରୀ ନିୟାଜ ଖାନ୍ ଲେଖିଛନ୍ତି, ବୈଦିକ ବ୍ରାହ୍ମଣମାନେ ଭଗବାନ। ବ୍ରାହ୍ମଣଙ୍କ ଜ୍ଞାନକୁ ବ୍ୟବହାର କରି ଦେଶ ସୁପର ପାଓ୍ୱାର ହୋଇପାରିବ। ତାଙ୍କ ପାଇଁ ଦେଶ ସର୍ବୋପରି। ସେ ଦେଶ ପାଇଁ ତାଙ୍କ ଜୀବନକୁ ସମର୍ପଣ କରିଛନ୍ତି। ଏବେ ସେ ସରକାରୀ ଚାକିରିରେ ଅଛନ୍ତି ନିଜର ଅନ୍ୟ କିଛି ଅଭିଳାଶ ନାହିଁ ବୋଲି କହିଛନ୍ତି।

ମଧ୍ୟପ୍ରଦେଶ କ୍ୟାଡରର ଏହି ଆଇଏଏସ ଅଧିକାରୀ କହିଛନ୍ତି, ସେ ବହି ଲେଖିବା ପୂର୍ବରୁ ବ୍ରାହ୍ମଣମାନଙ୍କ ଇତିହାସ ଉପରେ ଏକ ଅନୁଶୀଳନ କରିଥିଲେ। ଯେଉଁଥିରୁ ସେ ଜାଣିବାକୁ ପାଇଥିଲେ ବ୍ରାହ୍ମଣମାନଙ୍କର ଆଇକ୍ୟୁ (IQ) ସର୍ବୋତ୍ତମ।

ନିୟାଜ ଖାନ କହିଛନ୍ତି, ମୁସଲମାନ ହେବା ସତ୍ତ୍ୱେ ସେ ବ୍ରାହ୍ମଣମାନଙ୍କ ଉପରେ ଅତ୍ୟନ୍ତ ପ୍ରଭାବିତ। ଆଜିର ଯୁଗରେ ବ୍ରାହ୍ମଣମାନେ କିପରି ସୁବିଧାରୁ ବଞ୍ଚିତ ହୋଇ ମୁଖ୍ୟ ସ୍ରୋତରୁ ପଛକୁ ଠେଲି ହୋଇଯାଆନ୍ତି ବୋଲି ଲେଖିଛନ୍ତି। ବ୍ରାହ୍ମଣମାନଙ୍କୁ ଉପଯୁକ୍ତ ଉଚ୍ଚ ସ୍ଥାନରେ ବସାଇଲେ ଦେଶ ପୁଣିଥରେ ନିଜର ଗୌରବମୟ ଇତିହାସକୁ ପୁନରାବୃତ୍ତି କରିବାକୁ ସକ୍ଷମ ହେବ। ସେ ପ୍ରତ୍ୟେକ କ୍ଷେତ୍ରରେ ବ୍ରାହ୍ମଣମାନଙ୍କୁ ଉପଯୁକ୍ତ ସ୍ଥାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି। ବୈଦିକ ବ୍ରାହ୍ମଣ ମାନେ ଭଗବାନ ବୋଲି ସେ ତାଙ୍କ ବହିରେ ଲେଖିଛନ୍ତି।

ନିୟାଜ କହିଛନ୍ତି ଯେ ଭାରତର ଗତ ତିନି ହଜାର ବର୍ଷର ଇତିହାସ ଦେଖିବା ପରେ ବ୍ରାହ୍ମଣମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଜାଣିବାକୁ ପାଇଛନ୍ତି।

ବ୍ରାହ୍ମଣମାନେ ବେଦକୁ ସମ୍ଭାଳିଥିଲେ। ସେମାନେ ପ୍ରକୃତିର ସୁରକ୍ଷା, ଧର୍ମର ସୁରକ୍ଷା, ମାନବ ଜାତିର କଲ୍ୟାଣ ଏବଂ ଦେଶପ୍ରେମର ଭାବନାକୁ ଧାରଣ କରିଛନ୍ତି। ଏହା ବ୍ୟତୀତ ଏପରି ବ୍ରାହ୍ମଣ ମଧ୍ୟ ଅଛନ୍ତି ଯେଉଁମାନେ ଯଜ୍ଞ ଓ ପୂଜା କରିବା ସହିତ ରାଷ୍ଟ୍ରର ସୁରକ୍ଷା ପାଇଁ ଅସ୍ତ୍ର ଧାରଣ କରିଛନ୍ତି।
ସେହିପରି ନିକଟରେ ମୌଲାନା ଅଶରଦ ମଦାନୀ କହିଥିଲେ ଯେ ଓଁ ଏବଂ ଆଲ୍ଲା ଗୋଟିଏ। ଯାହାର ଜବାବରେ ନିୟାଜ କହିଛନ୍ତି, ଖ୍ରୀଷ୍ଟପୂର୍ବ ପୂର୍ବରୁ ସନାତନ ଧର୍ମର ଆବିର୍ଭାବ ହୋଇଥିଲା। ହଜାର ହଜାର ବର୍ଷ ଧରି ଏହା ଏକ ଧର୍ମ ହୋଇ ରହିଛି। ଏହା ବିଶ୍ୱର ସର୍ବପୁରାତନ ଧର୍ମ। ପୃଥିବୀର ବାକି ଧର୍ମ ଗୁଡିକ ପରେ ଆସିଲା। ଖ୍ରୀଷ୍ଟାବ୍ଦ ୬୦୦ପାଖାପାଖି ଇସଲାମ ଧର୍ମର ଆଗମନ ହୋଇଥିଲା। ସାରା ଦେଶରେ ଯେତେବେଳେ ଧର୍ମକୁ ନେଇ ଭୋଟ୍ ବ୍ୟାଙ୍କ ରାଜନୀତି ଉପରେ ରାଜନୈତିକ ଦଳ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି ଏବଂ ଆଗକୁ ନିର୍ବାଚନ ରହିଛି ଏହି ସମୟରେ ଜଣେ ଆଇଏଏସ ଅଧିକାରୀ ବ୍ରାହ୍ମଣଙ୍କ ଉପରେ ଏକ ବହି ଲେଖିଛନ୍ତି। ସମ୍ପୃକ୍ତ ଆଇଏଏସ ଅଧିକାରୀଙ୍କ ଧର୍ମ ମୁସଲମାନ ହେଲେ ମଧ୍ୟ ହିନ୍ଦୁ ଧର୍ମର ବ୍ରାହ୍ମଣଙ୍କ ଉପରେ ଗବେଷଣା କରି ସେ ବହିଟି ଲେଖିଛନ୍ତି। ଏହି ବହିରେ ସେ ଲେଖିଥିବା କଥା ଏବେ ଚର୍ଚ୍ଚାରେ।

 

 

 

Leave A Reply

Your email address will not be published.