Latest Odisha News

ପ୍ରଥମ ଦିନରେ ଗୃହରେ ହଟ୍ଟଗୋଳ; କକ୍ଷତ୍ୟାଗ କଲା ବିଜେପି, ପୋଡିୟମ ତଳେ କଂଗ୍ରେସର ଧାରଣା

ଭୁବନେଶ୍ୱର:ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ବିରୋଧୀ କରିଛନ୍ତି ଗୃହରେ ହଟ୍ଟଗୋଳ । ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପି ପ୍ରତିବାଦ କରି କକ୍ଷତ୍ୟାଗ କରିଥିବାବେଳେ କଂଗ୍ରେସ ପୋଡିୟମ ତଳେ ପ୍ରତିବାଦ ଜଣାଯାଇଛି ।

ଆଜି ବଜେଟ ଅଧିବେଶ ଆରମ୍ଭ ହେବାକ୍ଷଣି ରାଜ୍ୟପାଳ ଅଭିଭାଷଣ ଦେଇଥିଲେ । ଏହାକୁ ତୀବ୍ର ପ୍ରତିବାଦ ଜଣାଇଥିଲା ବିଜେପି । ନବ ଦାସଙ୍କ ହତ୍ୟାକାଣ୍ଡ ଓ ରାଜ୍ୟର ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇ ବିଜେପି ନାରାବାଜି କରିଥିଲା । ଅଭିଭାଷଣ ଜାରି ରହିଥିବାବେଳେ ବିଜେପି କକ୍ଷତ୍ୟାଗ କରି ବିଧାନସଭା ପ୍ରବେଶ ପଥରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ବିଜେପି ସଦସ୍ୟମାନେ ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ଧାରଣାରେ ବସିଥିଲେ । ପ୍ଲାକାର୍ଡରେ ‘ରାଜ୍ୟପାଳଙ୍କ ମୁହଁରେ ଅସତ୍ୟ କହିବା ବନ୍ଦ କର’ ବୋଲି ଉଲ୍ଲେଖଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପକ୍ଷେ କଂଗ୍ରେସ ପୋଡିୟମ ତଳେ ଧାରଣା ଦେଇଥିଲା କଂଗ୍ରେସ । ନବ ଦାସଙ୍କ ହତ୍ୟାକାଣ୍ଡ ଓ ରାଜ୍ୟର ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ଗୃହରେ କଂଗ୍ରେସର ନାରାବାଜି । ରାଜ୍ୟପାଳ ଅଭିଭାଷଣ ଦେଉଥିବାବେଳେ ପାଟିତୁଣ୍ଡ ଓ ହୋ-ହଲ୍ଲା କରିଥିଲା କଂଗ୍ରେସ ।

 

Leave A Reply

Your email address will not be published.