Latest Odisha News

BREAKING NEWS

୨ଟି ଆୟୁର୍ବେଦ ପ୍ରତିଷ୍ଠାନ ଉଦ୍‌ଘାଟନ କଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଗୁଜୁରାଟ ଏବଂ ରାଜସ୍ଥାନରେ ଦୁଇଟି ଆୟୁର୍ବେଦ ପ୍ରତିଷ୍ଠାନର ଉଦଘାଟନ କରିଛନ୍ତି। ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଜାମ୍‌ନଗରରେ ଅବସ୍ଥିତ ଆଇଟିଆର୍‌ଏ ଏବଂ ଜୟପୁରର ଏନ୍‌ଆଇଏ ଆୟୁର୍ବେଦ ପ୍ରତିଷ୍ଠାନର ଉଦ୍‌ଘାଟନ କରିଛନ୍ତି ପିଏମ୍‌ ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କରୋନା ଯୁଗରେ ଆୟୁର୍ବେଦର ପରମ୍ପରା ଦେଶ ପାଇଁ ଲାଭଦାୟକ ହୋଇଛି। କରୋନା ଯୁଗରେ ହଳଦୀ ସମେତ ଅନ୍ୟାନ୍ୟ ଜିନିଷ ରୋଗ ପ୍ରତିରୋଧକ ଶକ୍ତି ଭାବରେ କାର୍ଯ୍ୟ କରିଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କରୋନା ଯୁଗରେ ଆଜି ଆୟୁର୍ବେଦ ବିଷୟରେ ବିଶ୍ୱ ଜାଣିବାକୁ ଚାହୁଁଛି ଏବଂ ଅନୁସନ୍ଧାନ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ଟିକା ଉପରେ ପରୀକ୍ଷା ଚାଲିଛି ଏବଂ ଆୟୁର୍ବେଦର ଔଷଧ ବିଷୟରେ ବିଶ୍ୱର ଶହେରୁ ଅଧିକ ସ୍ଥାନରେ ମଧ୍ୟ ଅନୁସନ୍ଧାନ ଜାରି ରହିଛି।

Comments are closed.