Latest Odisha News

ଆଜି ମୋଦିଙ୍କ ମାରାଥନ ବୈଠକ: ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ପ୍ରସଙ୍ଗକୁ ନେଇ କରିବେ ସମୀକ୍ଷା ବୈଠକ  । ୧୦୦ ଦିନର ଏଜେଣ୍ଡା ନେଇ ପ୍ରଧାନମନ୍ତ୍ରୀ କରିବେ ଗୁରୁତ୍ବପୂର୍ଣ୍ଣ ଆଲୋଚନା । କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ଧ୍ୟାନ ସଂପୂର୍ଣ୍ଣ ହେବା ପରେ ଆଜି ମୋଦି ବାହାରିଛନ୍ତି ନିଜର କର୍ମକ୍ଷେତ୍ରକୁ ।

ଆଜି ୭ଟି ପ୍ରସଙ୍ଗକୁ ନେଇ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି । ନ୍ୟୁଜ୍ ଏଜେନ୍ସି ଏଏନଆଇ ସୂତ୍ରରୁ ପ୍ରକାଶ ଯେ, ପ୍ରଥମେ ବାତ୍ୟା ପରବର୍ତ୍ତୀ ସ୍ଥିତି ପ୍ରସଙ୍ଗରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ  ।ପରେ ଦେଶରେ ଗ୍ରୀଷ୍ମ ପ୍ରବାହ ସ୍ଥିତିର ସମୀକ୍ଷା ପାଇଁ ଏକ ବୈଠକ କରିବେ। ଏହାପରେ  ବିଶ୍ବ ପରିବେଶ ଦିବସ ପାଳନ ନେଇ ମଧ୍ୟ  ସମୀକ୍ଷା କରିବେ ମୋଦି ।

ଆଜି ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟକ୍ରମର ଏଜେଣ୍ଡା ସମୀକ୍ଷା କରିବା ପାଇଁ ମୋଦୀ ବୈଠକ କରିବେ ବୋଲି ସୂଚନା ରହିଛି । ସେପଟେ କାଲି ସରିଛି ୨୦୨୪ ଲୋକସଭା ନିର୍ବାଚନ । ପ୍ରକାଶ ପାଇଥିବା ଅଧିକାଂଶ ଏକଜିଟ୍ ପୋଲରେ ବିଜେପି ୩୫୦ରୁ ଅଧିକ ସିଟ୍ ପାଇବାକୁ ପୂର୍ବାନୁମାନ କରିଛନ୍ତି। ଜାତୀୟସ୍ତରର ଗଣମାଧ୍ୟମ କରିଥିବା ସର୍ଭେ କହୁଛି ଯେ ବିଜେପି କେନ୍ଦ୍ରରେ ହ୍ୟାଟ୍ରିକ ମାରିବାକୁ ଯାଉଛି।

 

Comments are closed.