Latest Odisha News

BREAKING NEWS

ଖାଇବା ଟେବୁଲରେ ଏକାଠି ନଜର ଆସିଲେ ପିଏମ୍ ମୋଦି ଓ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିରୋଧୀ ଦଳ ନେତା । ତାହା ପୁଣି ଗୋଟିଏ ଟେବୁଲରେ । ଆଜ୍ଞା ହଁ ପରପ୍ୱକ ଭାରତୀୟ ଗଣତନ୍ତ୍ରରେ ଏଭଳି ଦେଖିବାକୁ ମିଳିଛି । ସଂସଦ ଭିତରେ ସରକାରଙ୍କୁ ସମାଲୋଚନା କରୁଥିବା ବିରୋଧୀ, ସଂସଦ ବାହାରେ ବନ୍ଧୁ । ଆଜି ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସହ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଗୋଟିଏ ଖାଇବା ଟେବୁଲରେ ଦେଖିବାକୁ ମିଳିଛି ।

ମଙ୍ଗଳବାର କେନ୍ଦ୍ର କୃଷିମନ୍ତ୍ରୀ ସାଂସଦମାନଙ୍କ ଲାଗି ଲଞ୍ଚ କାର୍ଯ୍ୟକ୍ରମ ରଖିଥିଲେ । ୨୦୨୩କୁ ଜାତିସଂଘ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଘୋଷଣା କରିଛି । ଏହି ଅବସରରେ ଆୟୋଜିତ ଲଞ୍ଚ କାର୍ଯ୍ୟକ୍ରମରେ ଗୋଟିଏ ଟେବୁଲରେ ବସି ଖାଇଥିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ।

ସ୍ୱତନ୍ତ୍ର ଲଞ୍ଚରେ ମାଣ୍ଡିଆରେ ପ୍ରସ୍ତୁତି ବିଭିନ୍ନ ଖାଦ୍ୟ ପରସା ଯାଇଥିଲା । ମାଣ୍ଡିଆରେ ତିଆରି ଦୋସା ସହ ରୁଟି, ନଡ଼ିଆ ଚଟଣୀ ଆଦିର ମଜ୍ଜା ନେଇଥିଲେ ସାଂସଦ । ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.