Latest Odisha News

BREAKING NEWS

୩୩ ତାଲିବାନୀଙ୍କୁ ମାରିଲେ ପାକ ସେନା, ଶେଷ ହେଲା ବନ୍ଧକ ଡ୍ରାମା

ଲାହୋର: ପାକିସ୍ତାନର ବନ୍ନୁ ଜିଲ୍ଲାରେ ୪୦ ଘଂଟା ଧରି ଚାଲିଥିବା ବନ୍ଧକ ଡ୍ରାମାର ପରିସମାପ୍ତି ଘଟିଛି । କାଂଉଟର ଟେରୋଜିମ ସେଂଟରକୁ କବଜା କରିଥିବା ତେହେରିକ ଇ ତାଲିବାନର ୩୩ ଆତଙ୍କାଦୀଙ୍କୁ ପାକ ସେନା ମାରିବାରେ ସଫଳ ହୋଇଛନ୍ତି । ରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫ ସଂସଦରେ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଅପରେଶନରେ ପାକ ସେନାର ୨ କମାଣ୍ଡୋ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ୩ ଦିନ ହେବ ଟିଟିପି ଆତଙ୍କୀ ଜଣେ ମେଜରଙ୍କ ସମେତ ୪ଜଣ ସେନାଅଧିକାରୀଙ୍କୁ ବନ୍ଧକ ରଖିଥିଲେ । ଘଟଣାକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ପାଇଁ ପାକିସ୍ତାନ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଏପରିକି ୧୬ ମୌଲବୀ ମଧ୍ୟ ଟିଟିପି ଆତଙ୍କବାଦୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ ।

ଏହି ଆତଙ୍କବାଦୀଙ୍କୁ ପାକ ସେନା ଘେରାଉ କରିବା ପରେ ସେମାନେ ଆଫଗାନିସ୍ତାନ ଯିବା ପାଇଁ ହେଲିକପ୍ଟର ମାଗିଥିଲେ । ସେନା କିନ୍ତୁ ଏଥିରେ ରାଜି ହୋଇ ନ ଥିଲେ । ପାକିସ୍ତାନର ସବୁଠାରୁ ସୁରକ୍ଷିତ ସ୍ଥାନରେ ପ୍ରବେଶ କରି ଟିଟିପି ଆତଙ୍କବାଦୀ ସେମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ । ଏଥିସହ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉପୁଜିଥିବା ବିବାଦ ଆହୁରି ଉଗ୍ର ରୂପ ଧାରଣ କରିଛି ।

Leave A Reply

Your email address will not be published.