Latest Odisha News

BREAKING NEWS

ବାତ୍ୟା ତାଉ’ତେ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା କାଳରେ ବାତ୍ୟା । ଆରବ ସାଗରରେ ଆଗକୁ ବଢ଼ୁଛି ସାଇକ୍ଲୋନିକ୍ ଷ୍ଟର୍ମ ତାଉ’ଡେ । ଅଧିକ ଘନୀଭୂତ ହୋଇ ଗୁଜରାଟ ଉପକୂଳ ମୁହାଁ ହେଉଛି । ବାତ୍ୟାକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରସ୍ତୁତି ନେଇ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ବୈଠକରେ ଜାତୀୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଉପସ୍ଥିତ ରହିବେ । ଆଇଏମଡି ଡିଜି, ଏନଡିଆରଏଫ୍ ଡିଜି ପ୍ରମୁଖ ବୈଠକରେ ସାମିଲ ହୋଇପାରନ୍ତି ।

ବାତ୍ୟା ମୁକାବିଲା ପାଇଁ ଆରମ୍ଭ ହୋଇ ସାରିଛି ପ୍ରସ୍ତୁତି । କେରଳ, କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ ଓ ମହାରାଷ୍ଟ୍ରରେ ଏନଡିଆରଏଫର ୨୪ଟି ଟିମ୍ ମୁତୟନ ଅଛନ୍ତି । ୨୯ଟି ଟିମ୍ ସଜାଗ ହୋଇ ରହିଛନ୍ତି । ବାତ୍ୟା ତାଉ’ତେ ପ୍ରଭାବରେ ଗୋଆ, ମହାରାଷ୍ଟ୍ର ଓ କେରଳରେ ବର୍ଷା ଆରମ୍ଭ ହୋଇଛି ।

ସାଇକ୍ଲୋନିକ୍ ଷ୍ଟର୍ମ ତାଉ’ତେ ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଆସନ୍ତାକାଲି ସକାଳ ସାଢ଼େ ୧୧ଟା ବେଳକୁ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ଧୀରେ ଧୀରେ ଏହା ଗୁଜରାଟ ଉପକୂଳ ମୁହାଁ ହେଉଛି ।

Leave A Reply

Your email address will not be published.