ଭୁବନେଶ୍ବର: ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୮ ତାରିଖରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ମୋଦି । ଏହାପରେ ତା ପରଦିନ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୮ତାରିଖ ରାତି ୮ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ରାଜଭବନ ଯିବେ ମୋଦି । ଏହାପରେ ସେଠାରେ ରାତ୍ରୀ ଯାପନ କରିବେ । ତାପରଦିନ ଅର୍ଥାତ୍ ୯ ତାରିଖ ସକାଳ ୯ଟା ୪୫ରେ ରାଜଭବନରୁ ବାହାରି ଜନତା ମଇଦାନ ଅଭିମୁଖେ ଯିବେ ପ୍ରଧାନମନ୍ତ୍ରୀ । ୯ଟା ୫୫ରେ ଜନତା ମଇଦାନରେ ପହଞ୍ଚିବା ପରେ ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବ ମୋଦି । ଦିନ ୧୦ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟଙ୍କ ସହ ସମୟ ବିତାଇବେ ପରେ ଦିନ ୧୧ଟା ୫୫ରେ ପୁଣି ଦିଲ୍ଲୀ ଅଭିମୁଖେ ବାହାରିବେ ।
ତେବେ ଆସନ୍ତା ୮ତାରିଖରୁ ଭୁବନେଶ୍ବରରେ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଯାହା ତା ୧୦ ରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଏବେ ସଜେଇ ହେଉଛି ରାଜଧାନୀ ଭୁବନେଶ୍ବର । ରାଜ୍ୟରେ ଏବେଠୁ ବିଦେଶ ଅତିଥି ପହଞ୍ଚିଥିବା ବେଳେ ଉକ୍ତ ଦିବସକୁ ସୁରୁଖୁରୁରେ କରିବା ପାଇଁ ଜାରି ରହିଛି ପ୍ରସ୍ତୁତି ।
Comments are closed.