ନୂଆଦିଲ୍ଲୀ: ୯୨ ବର୍ଷରେ ପାଦ ଥାପିଛନ୍ତି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଆଜି ତାଙ୍କୁ ଭେଟି ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ବାସଭବରେ ପୁଷ୍ପଗୁଚ୍ଛ ଦେଇ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ନେଇଥିଲେ ।
ଜନ୍ମଦିନରେ କେକ୍ କାଟିଥିଲେ ଆଡଭାନୀ । ପ୍ରଧାନମନ୍ତ୍ରୀ ତାଙ୍କୁ ନିଜ ହାତରେ କେକ୍ ଖୁଆଇଥିଲେ । ଆଡଭାନୀ ବି ମୋଦିଙ୍କୁ ଖୁଆଇଥିଲେ କେକ୍ ।
ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା । ସେମାନେ ମଧ୍ୟ ଆଡଭାନୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ପରେ ସେମାନେ ଆଡଭାନୀଙ୍କ ସହ କିଛି ସମୟ କଥା ହୋଇଥିଲେ ।
#WATCH Delhi: Prime Minister Narendra Modi visits senior BJP leader Lal Krishna Advani’s residence to celebrate latter’s birthday today.
Union Home Minister Amit Shah and BJP President JP Nadda also present. https://t.co/RVEDaIzhqj pic.twitter.com/sMlrarfo8O
— ANI (@ANI) November 8, 2020
୨୦୦୨-୨୦୦୪ ଯାଏ ଅଟ୍ଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀ କାଳରେ ଆଡଭାନୀ ଉପପ୍ରଧାନମନ୍ତ୍ରୀ ଥିଲେ । ୧୯୯୮ରୁ ୨୦୦୪ ଯାଏ ସେ କେନ୍ଦ୍ରରେ ଗୃହମନ୍ତ୍ରୀ ଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ଆଡଭାନୀ ଥିଲେ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ।
Comments are closed.