Latest Odisha News

BREAKING NEWS

ଜାତିସଂଘ ସାଧାରଣ ସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଏସବୁ ପ୍ରସଙ୍ଗ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭାର ବାର୍ଷିକ ବୈଠକ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ୯ଟାରେ (ଭାରତୀୟ ସମୟ ସନ୍ଧ୍ୟା ୬.୩୦) ସାଧାରଣ ସଭାକୁ ସମ୍ବୋଧିତ କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ନିଜ ସମ୍ବୋଧନରେ ବିଶ୍ୱ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାରନ୍ତି ପ୍ରଧାନମନ୍ତ୍ରୀ । ଆତଙ୍କୀର ଏନ୍ତୁଡିଶାଳ ପାକିସ୍ତାନକୁ ପରୋକ୍ଷରେ ଟାର୍ଗେଟ କରି ପାରନ୍ତି । କାରଣ ଗତକାଲି ନିଜ ସମ୍ୱୋଧନରେ ଭାରତ ଉପରେ ଏକ ମନ୍ତବ୍ୟ ଦେଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ ଇମ୍ରାନ୍ ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ କରୋନା ମୁକାବିଲା କ୍ଷେତ୍ରରେ ଭାରତର ଭୂମିକା ଓ ସଫଳତା ସମ୍ପର୍କରେ ସାରା ବିଶ୍ୱକୁ ଅବଗତ କରାଇବେ । ଦେଶରେ କରୋନା ସଂକ୍ରମଣ ବଢୁଥିଲେ ବି ପ୍ରତିଷେଧକମୂଳକ ପଦକ୍ଷେପ ଯୋଗୁ ସୁସ୍ଥତା ହାର ବଢୁଛି ।

ମିଳିତ ଜାତିସଂଘ ସାଧାରଣ ସଭାର ଏହା ହେଉଛି ୭୫ତମ ଅଧିବେଶନ । ଏଠାରୁ ମିଳିତ ଜାତିସଂଘର ସଂସ୍କାର ସମ୍ପର୍କରେ ବି କହିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.