Latest Odisha News

BREAKING NEWS

କରୋନା ସ୍ଥିତି ନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟରେ କରୋନା ସ୍ଥିତି ବେକାବୁ । ଲକ୍ଷେ ଟପିଛି ସଂକ୍ରମଣ । ଏଭଳି ସ୍ଥିତିରେ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ବୈଠକ ବସିବ । କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ମୁକାବିଲା ନେଇ ରାଜ୍ୟଗୁଡ଼ିକ ନେଇଥିବା ପଦକ୍ଷେପ ବାବଦରେ ପଚାରି ବୁଝିବେ । ଏହାସହ ମହାମାରୀକୁ ନିୟନ୍ତ୍ରଣ ପାଇଁ  ମୁଖ୍ୟମନ୍ତ୍ରୀମାନଙ୍କଠାରୁ ଫିଡବ୍ୟାକ୍ ନେବେ ପ୍ରଧାନମନ୍ତ୍ରୀ ।

ସେହିପରି ବିଭିନ୍ନ ରାଜ୍ୟରେ ଏବେ ଟିକାର ଅଭାବ ଦେଖାଦେଇଛି । ଫଳରେ ବାଧାପ୍ରାପ୍ତ ହେଲାଣି ଟିକାକରଣ । ଓଡ଼ିଶାରେ ବି ଏମିତି ସ୍ଥିତି । ଆଶାକରାଯାଉଛି, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଟିକାର ଅଭାବ ବାବଦେର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ । ସଂକ୍ରମଣ ବଢୁଥିବା ବେଳେ ତୁରନ୍ତ ଟିକା ଯୋଗାଇବା ଓ ଟିକାକରଣ ଅଭିଯାନକୁ ଜୋରଦାର କରିବା  ଦିଗରେ ବି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଆଲୋଚନା ହୋଇପାରେ ।

ଗତ ରବିବାର ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍ ସ୍ଥିତି ଓ ଟିକାକରଣର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟ, ଏନଫୋର୍ସମେଣ୍ଟ ଓ ଟିକାକରଣ ଭଳ୍ଉ ପାଞ୍ଚିଟି ଦିଗ ଉପରେ ଫୋକସ କରିଥିଲେ । ଗତକାଲି ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବି ଆଲୋଚନା କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ।

Leave A Reply

Your email address will not be published.