Latest Odisha News

BREAKING NEWS

ଭାରତରେ ବଢ଼ୁଛି କରୋନା, ନ୍ୟୁଜିଲାଣ୍ଡ ଜାରି କଲା କଟକଣା

ୱେଲିଂଟନ୍: ଭାରତରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ନ୍ୟୁଜିଲାଣ୍ଡ କଟକଣା ଜାରି କରିଛି । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଦେନ ଭାରତରୁ ନ୍ୟୁଜିଲାଣ୍ଡ ଯାଉଥିବା ଯାତ୍ରୀଙ୍କ ଗସ୍ତ ଉପରେ ସାମୟିକ ପ୍ରତିବନ୍ଧକ ଲଗାଇଛନ୍ତି ।

କୌଣସି ଭାରତୀୟ ପର୍ଯ୍ୟଟକଙ୍କ ସହ ଭାରତରେ ରହୁଥିବା ନ୍ୟୁଜିଲାଣ୍ଡର ନାଗରିକ ମଧ୍ୟ ନ୍ୟୁଜିଲାଣ୍ଡ ଯାଇପାରିବେ ନାହିଁ । ଏହି କଟକଣା ଏପ୍ରିଲ୍ ୧୧ ତାରିଖରୁ ଏପ୍ରିଲ୍ ୨୮ ତାରିଖ ଯାଏ ବଳବତ୍ତର ରହିବ । ପ୍ରେସମିଟ୍ କରି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଦେନ୍ ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.