Latest Odisha News

BREAKING NEWS

ଏହି ଦିନ ପୁଣି ମନ୍ କି ବାତ୍ କାର୍ଯ୍ୟକ୍ରମ, ଟ୍ବିଟ୍ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏକ ଖୁସି ଖବର ଦେଇଛନ୍ତି । ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ମନ୍ କି ବାତ୍ କାର୍ଯ୍ୟକ୍ରମ କରିବେ । କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ଏହା ମୋଦିଙ୍କର ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ । ମୋଦି ୧୧୧ ତମ ଥର ପାଇଁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ନିଜର ମତ ବାଣ୍ଟିବେ ।

ପିଏମ ମୋଦି ‘ଏକ୍ସ’ ରେ ପୋଷ୍ଟ କରି ମନ୍ କି ବାତ୍ କାର୍ଯ୍ୟକ୍ରମର ନୂଆ ଏପିସୋଡ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି- ଏହି ସୂଚନା ଦେଇ ମୁଁ ବହୁତ ଖୁସି ଅନୁଭବ କରୁଛି ଯେ ନିର୍ବାଚନ ହେତୁ କିଛି ମାସ ବ୍ୟବଧାନ ପରେ ପୁଣି ମନ୍ କି ବାତ୍ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ମାସର କାର୍ଯ୍ୟକ୍ରମ ରବିବାର, ଜୁନ୍ ୩୦ ତାରିଖରେ ଅନୁଷ୍ଠିତ ହେବ ।

ମୁଁ ଆପଣ ସମସ୍ତଙ୍କୁ ଏହା ପାଇଁ ନିଜର ମତାମତ ଏବଂ ଇନପୁଟ୍ ଅଂଶୀଦାର କରିବାକୁ ଆହ୍ବାନ କରୁଛି । MyGov ଓପନ୍ ଫୋରମ୍, NaMo ଆପ୍ ରେ ଲେଖନ୍ତୁ କିମ୍ବା ୧୮୦୦୧୧୭୮୦୦ ରେ ଆପଣଙ୍କର ବାର୍ତ୍ତା ରେକର୍ଡ କରନ୍ତୁ ବୋଲି ମୋଦି କହିଛନ୍ତି ।

Leave A Reply

Your email address will not be published.