ଭୋପାଳ: ଆତଙ୍କବାଦୀମାନେ ଭାରତର ମହିଳା ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ଆଉ ଏହା ହଇର୍ ତାଙ୍କ ବିନାଶର କାରଣ ପାଲଟିଲା । ଏହି ଚ୍ୟାଲେଞ୍ଜ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକମାନଙ୍କ ପାଇଁ ମୃତ୍ୟୁ ଘଣ୍ଟି ପାଲଟିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳ ପହଞ୍ଚି ଦେବୀ ଅହଲ୍ୟାବାଈ ହୋଲକରଙ୍କ ୩୦୦ତମ ଜନ୍ମବାର୍ଷିକୀରେ ଆୟୋଜିତ ସଭାରେ କିଛି ଏପରି କହିଛନ୍ତି । ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଆଜିର କାର୍ଯ୍ୟକ୍ରମ ଦେବୀ ଅହଲ୍ୟାବାଈଙ୍କ ଚିନ୍ତାଧାରାକୁ ଆଗକୁ ବଢାଇବାକୁ ଯାଉଛି ବୋଲି ମନ୍ତବ୍ୟ ରଖିଥିବା ବେଳେ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ବି ଦେଇଛନ୍ତି ।
ଏନେଇ ମୋଦି କହିଛନ୍ତି, ପହଲଗାମରେ ଆତଙ୍କବାଦୀମାନେ କେବଳ ଭାରତୀୟଙ୍କ ରକ୍ତ ବୁହାଇ ନଥିଲେ, ସେମାନେ ଆମ ସଂସ୍କୃତି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ସେମାନେ ଆମ ସମାଜକୁ ବିଭାଜିତ କରିବାକୁ ଚେଷ୍ଟା କରିଥିଲେ। ଆତଙ୍କବାଦୀମାନେ ଭାରତର ମହିଳା ଶକ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ଏହି ଚ୍ୟାଲେଞ୍ଜ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକମାନଙ୍କ ପାଇଁ ମୃତ୍ୟୁ ଘଣ୍ଟି ପାଲଟିଛି। ସିନ୍ଦୂର ଆମର ପରମ୍ପରା, ମହିଳା ଶକ୍ତିର ପ୍ରତୀକ। ରାମ ରଙ୍ଗରେ ରଙ୍ଗିନ ହନୁମାନ ଜୀ ମଧ୍ୟ ନିଜକୁ ସିନ୍ଦୂରରେ ସଜ୍ଜିତ କରିଥିଲେ। ଶକ୍ତି ପୂଜାରେ ସିନ୍ଦୂର ମଧ୍ୟ ଅର୍ପଣ କରାଯାଏ। ଏହି ସିନ୍ଦୂର ବୀରତ୍ୱର ପ୍ରତୀକ ପାଲଟିଛି । ଅପରେସନ୍ ସିନ୍ଦୁର ହେଉଛି ଭାରତର ଇତିହାସରେ ଆତଙ୍କବାଦୀଙ୍କ ବିରୋଧରେ ସବୁଠାରୁ ବଡ଼ ଏବଂ ସଫଳ ଅପରେସନ ବୋଲି କହିଛନ୍ତି ମୋଦି । ପାକିସ୍ତାନ ଭାବି ମଧ୍ୟ ନଥିଲା ଯେ ଆମର ସେନା ସେଠାରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବ। ଆମର ସେନା ଶହ ଶହ କିଲୋମିଟର ଭିତରକୁ ପଶି ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଦେଇଛି।
ସିନ୍ଦୁର ସ୍ପଷ୍ଟ ଭାବରେ କହିସାରିଛି ଯେ ଆତଙ୍କବାଦ ମାଧ୍ୟମରେ ପ୍ରକ୍ସି ଯୁଦ୍ଧ କାମ କରିବ ନାହିଁ। ଏବେ ଆମେ ଘରେ ପଶି ମଧ୍ୟ ହତ୍ୟା କରିବୁ ଏବଂ ଯେଉଁମାନେ ଆତଙ୍କବାଦୀଙ୍କୁ ସାହାଯ୍ୟ କରନ୍ତି ସେମାନଙ୍କୁ ମଧ୍ୟ ଏହାର ଭାରୀ ମୂଲ୍ୟ ଦେବାକୁ ପଡିବ। ଭାରତର ପ୍ରତ୍ୟେକ ନାଗରିକ କହୁଛନ୍ତି ଯେ ଯଦି ତୁମେ ଗୁଳି ଫୁଟାଅ, ତେବେ ଧରିନିଅ ଯେ ଗୁଳିର ଜବାବ ସେଲ୍ରେ ଦିଆଯିବ ବୋଲି ପୁଣି ଚେତାବନୀ ଦେଇଛନ୍ତି ମୋଦି । ଅପରେସନ୍ ସିନ୍ଦୁର ଆମର ନାରୀ ଶକ୍ତିର ଶକ୍ତିର ପ୍ରତୀକ ପାଲଟିଛି। ଆମେ ସମସ୍ତେ ଜାଣୁ ଯେ ବିଏସଏଫ ଏହି ଅପରେସନରେ ବହୁତ ବଡ଼ ଭୂମିକା ଗ୍ରହଣ କରିଛି। କାଶ୍ମୀରରୁ ଗୁଜରାଟ ପର୍ଯ୍ୟନ୍ତ, ବିଏସଏଫର ଝିଅମାନେ ମୋର୍ଚ୍ଚାର ନେତୃତ୍ୱ ନେଉଥିଲେ। ସେମାନେ ସୀମା ପାରରୁ ଗୁଳି ଚଳାଇବାର ଜବାବ ଦେଇଛନ୍ତି। ବିଏସଏଫର ସାହସୀ ଝିଅମାନେ ଆଶ୍ଚର୍ଯ୍ୟଜନକ ସାହସିକତା ଦେଖାଇଛନ୍ତି। ସାରା ବିଶ୍ୱ ଝିଅମାନଙ୍କ ସାହସିକତା ଦେଖୁଛି ବୋଲି କହିଛନ୍ତି ମୋଦି ।
Comments are closed.