Latest Odisha News

BREAKING NEWS

ଭୁଟାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଏକ ୨ ଦିନିଆ ଭୁଟାନ ଗସ୍ତରେ ଯାଇ ରାଜଧାନୀ ଥିମ୍ପୁରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପାରୋ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ପରେ ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍ ତାଙ୍କୁ ଅଭ୍ୟର୍ଥନା ଦେବା ସହିତ ପାଛୋଟି ନେଇଥିଲେ ।

ଭୁଟାନର ପାରୋ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲାପରେ ସେଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନାର୍ଥେ ‘ଗାର୍ଡ଼ ଅଫ ଅନର୍’ ଦିଆଯାଇଥିଲା ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ୨ ଦିନିଆ ଗସ୍ତ ଦ୍ୱାରା ଭୁଟାନ ପରି ଏକ ବିଶ୍ୱସ୍ତ ପଡ଼ୋଶୀ ରାଷ୍ଟ୍ର ସହିତ ସୁସମ୍ପର୍କ ବୃଦ୍ଧି ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ଓ ଭୁଟାନ ମଧ୍ୟରେ ଦ୍ୱିପାକ୍ଷୀକ ସମ୍ପର୍କ ଏବଂ ବାଣିଜ୍ୟ କାରବାର ବାବଦରେ ଆଲୋଚନା ହେବା ନେଇ ସୂଚନା ମିଳିଛି ।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଭୁଟାନ ରାଜା ଜିଗମେ ଖେସର ନାମଗ୍ୟାଲ ୱାଂଗଚୁକ ତଥା ୪ର୍ଥ ରାଜା ଜିଗମେ ସିଂହେ ୱାଂଗଚୁକଙ୍କୁ ଭେଟି ବିଭିନ୍ନ ପଡ଼ୋଶୀ ସମ୍ପର୍କ ବିଷୟରେ ଆଲୋଚନା କରିବେ ।

Leave A Reply

Your email address will not be published.