Latest Odisha News

BREAKING NEWS

ରାଉରକେଲା: ଏନଆଇଟି କ୍ୱାଟର୍ସରୁ ଶିକ୍ଷକ ଓ ତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ରାଉରକେଲାସ୍ଥିତ ଏନଆଇଟି କଲେଜ ପରିସରରେ ଥିବା ଷ୍ଟାଫ୍ କ୍ୱାଟର୍ସରୁ ଶନିବାର ଦିନ ଜଣେ ସହକାରୀ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଏହି କ୍ୱାଟର୍ସର (ଏଫଆର୍-ଏ/୧୦୨) ରୁମ୍ ମଧ୍ୟରୁ ସହକାରୀ ପ୍ରଫେସର ଆର. ଜୟ ବାଲାନ୍ (୩୮) ଏବଂ ତାଙ୍କ ୩୫ ବର୍ଷୀୟ ଧର୍ମପତ୍ନୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ । ଆହୁରି ମଧ୍ୟ ସେମାନଙ୍କ ବାହାଘର ପାଖାପାଖି ୯ବର୍ଷ ହୋଇଥିବା ନେଇ ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ବାଲାନ୍ ଜୀବ ବିଜ୍ଞାନର ପ୍ରଫେସର ଭାବେ ଏନଆଇଟିରେ କାର୍ଯ୍ୟରତ ଥିଲେ । ଗତ ୨ ଦିନ ହେବ ଏହି ଦମ୍ପତି ତାଙ୍କ ଘର ଭିତରୁ ବାହାରକୁ ବାହାରୁ ନଥିବା ସନ୍ଦେହ କରି ଏନଆଇଟି ଷ୍ଟାଫମାନେ ସିକ୍ୟୁରିଟି ଇନଚାର୍ଜ ସୁମନ ଦତ୍ତଙ୍କୁ ଜଣାଇଥିଲେ ।

ପରେ ସୁମନ ଏନେଇ ପୋଲିସକୁ ସୂଚନା ଦେଇଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଉକ୍ତ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଥିଲା ।

ତେବେ ପ୍ରାଥମିକ ତଦନ୍ତରୁ ଦୁହେଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଅଛି । ଏସମ୍ପର୍କରେ ପୋଲିସ ଖୋଳତାଡ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.