Latest Odisha News

ମହାରାଷ୍ଟ୍ର ଓ ରାଜସ୍ଥାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଲକ୍ଷପତି ଦିଦି ସମ୍ମିଳନୀରେ ହେବେ ସାମିଲ

ନୂଆଦିଲ୍ଲୀ: ଆସନ୍ତାକାଲି ମହାରାଷ୍ଟ୍ର ଓ ରାଜସ୍ଥାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଦିନ ୧୧.୧୫ରେ ଜଲଗାଓଁରେ ଆୟୋଜିତ ଲକ୍ଷପତି ଦିଦି ସମ୍ମିଳନୀରେ ଅଂଶଗ୍ରହଣ କରିବେ ମୋଦୀ । ସେଠାରୁ କାର୍ଯ୍ୟକ୍ରମ ଶେଷ କରି ଅପରାହ୍ନ ସାଢେ ୪ଟାରେ ଯୋଧପୁରରେ ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।

ଲକ୍ଷପତି ଦିଦି ସମ୍ମିଳନୀରେ ଯୋଗ ଦେଇ ପ୍ରାୟ ୧୧ ଲକ୍ଷ ନୂତନ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ଦେବା ସହ ସମ୍ମାନିତ କରିବେ । ଏଥିସହ ଦେଶର ସମସ୍ତ ଲକ୍ଷପତି ଦିଦିଙ୍କ ସହ ଆଲୋଚନା କରିବେ ମୋଦୀ । ପ୍ରଧାନମନ୍ତ୍ରୀ ୨୫୦୦ କୋଟି ଟଙ୍କାର ଭେଟି ଦେବେ ଯାହାଦ୍ଵାରା ୪.୩ ଲକ୍ଷ ସେଲ୍ଫ ହେଲ୍ପ ଗ୍ରୁପର ପ୍ରାୟ ୪୮ ଲକ୍ଷ ସଦସ୍ୟ ଉପକୃତ ହେବେ। ସେହିପରି ୫୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିବେ । ଯାହାଦ୍ଵାରା ୨.୩୫ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀର ୨୫.୮ ଲକ୍ଷ ସଦସ୍ୟ ଉପକୃତ ହେବେ।

ଏହାପରେ ଯୋଧପୁର ହାଇକୋର୍ଟ ପରିସରରେ ଆୟୋଜିତ ହେବାକୁ ଥିବା ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୟନ୍ତୀ ଉତ୍ସବ ସମାରୋହରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେଠାରେ ରାଜସ୍ଥାନ ହାଇକୋର୍ଟ ସଂଗ୍ରହାଳୟର ଉଦଘାଟନ କରିବେ ମୋଦୀ।

Comments are closed.