Latest Odisha News

ପୁରୀରେ ରୋଡ୍ ସୋ ପୂର୍ବରୁ ଶ୍ରୀମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ: ସମ୍ବିତ ପାତ୍ର

ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଓଡିଶା ଗସ୍ତରେ ଆସି ପୁରୀରେ ରୋଡ୍ ସୋ କରିବେ ବୋଲି କହିଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର। ପୁରୀ ବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କର ବିଶେଷ ଭଲପାଇବା ଥିବାରୁ ସେ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସମ୍ବିତ କହିଛନ୍ତି।

ଆସନ୍ତା ୨୦ ତାରିଖ ସକାଳ ପ୍ରାୟ ୭ଟା ରେ ମୋଦୀ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି।ଜଗନ୍ନାଥ ମନ୍ଦିରରେ ଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ରୋଡ୍ ସୋ’ ଆରମ୍ଭ କରିବେ ବୋଲି ସେ କହିଛନ୍ତି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୋଦୀ କଟକ ଓ ଅନୁଗୁଳରେ ଜନସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଢେଙ୍କାନାଳ ଲୋକସଭା ଆସନ ସହିତ ପୁରୀ, କଟକ ଓ ଅନୁଗୁଳରେ ଆସନ୍ତା ୨୫ ତାରିଖରେ ମତଦାନ ହେବ।

ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବାକୁ ଥିବା ମୋଦୀ ଗତ ୧୦ ତାରିଖରେ ଭୁବନେଶ୍ୱରରେ ଅଢ଼େଇ କିଲୋମିଟର ରୋଡ୍ ସୋ କରିଥିଲେ। କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ୩ଟି ବିଜୟ ସଂକଳ୍ପ ଯାତ୍ରାକୁ ସମ୍ବୋଧିତ କରିଥିଲେ।ମେ’ ୧୩ତାରିଖରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି।

Comments are closed.