Latest Odisha News

BREAKING NEWS

ରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ ଜବାବ: ଅସାଧୁ ଉପାୟରେ ଫାଇଦା ଦେଇଥିଲେ ଫାଶୀ ଖୁଣ୍ଟରେ ଝୁଲିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସେ ଦେଶର ବିକାଶ ଯେଉଁମାନେ କରୁଛନ୍ତି ସେ ତାଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି । ଯଦି ସେ କାହାକୁ ଅସାଧୁ ଢଙ୍ଗରେ ଫାଇଦା ଦେଇଛନ୍ତି ତେବେ ସେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ମୋଦୀ ସରକାର କିଛି ବଛା ବଛା ଶିଳ୍ପପତିଙ୍କୁ ସମର୍ଥନ କରୁଛନ୍ତି। ଆଉ ଏହି ସରକାର ବେଳେ ୨୨ ଜଣ ଅଧିକରୁ ଅଧିକ ଧନୀ ହୋଇଛନ୍ତି। ଏହାର ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ଏପରି କହିଛନ୍ତି ମୋଦୀ।

ଏହା ଉପରେ ପ୍ରଧାନମନ୍ତ୍ରୀ କହିଥିଲେ, ଜବାହରଲାଲ ନେହେରୁ ସଂସଦରେ ବିର୍ଲା-ଟାଟା କି ସରକାର ଭଳି ନାରାର ସମ୍ମୁଖୀନ ହେଉଥିଲେ। ଏବେ ଏହି ପରିବାର (ଗାନ୍ଧୀ) ସମସ୍ୟା ହେଉଛି ସେମାନେ ଚାହୁଁଛନ୍ତି ଯେ ମୋତେ ସମାନ ନାରାରେ ସମ୍ମୁଖୀନ ହେବାକୁ ପଡ଼ିବ। ଦେଶର ଯେଉଁମାନେ ବିକାଶ କରୁଛନ୍ତି ସେମାନଙ୍କୁ ଉଚିତ ସମ୍ମାନ ଦିଆଯିବା ଉଚିତ। ଏଥିପାଇଁ ସେ ଲଜ୍ଜିତ ନୁହଁନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଅଗଷ୍ଟ ୧୫ର ଅତିଥି ତାଲିକାରେ କ୍ରୀଡ଼ାବିତ୍ ଓ ସଫଳତା ହାସଲକାରୀଙ୍କୁ ସାମିଲ କରାଯାଇଛି। ଯଦି ଦେଶ ତା’ର ସଫଳତାକୁ ପୂଜା ନ କରେ ଏବଂ ଗୁରୁତ୍ୱ ଦିଏ ନାହିଁ, ତେବେ ଆମେ କିପରି ବୈଜ୍ଞାନିକ ହୋଇ ପିଏଚଡି କରୁଥିବା ଲୋକ ପାଇବୁ? ସବୁ ବର୍ଗର ସଫଳତାକୁ ସମ୍ମାନ ଦେବା ଦରକାର ବୋଲି ସେ ସାକ୍ଷାତକାରରେ କହିଛନ୍ତି।

“ଯଦି ମୁଁ ଅସାଧୁ, ତେବେ ମୋତେ ଫାଶୀ ଦିଆଯିବା ଉଚିତ। ଯଦି ମୁଁ ଭୁଲ ଉପାୟରେ (କାହାକୁ ଫାଇଦା ଦେଇଛି) ତେବେ ମୋତେ ଫାଶୀ ଦିଆଯିବା ଉଚିତ୍। କିନ୍ତୁ ମୁଁ ମୋ ଦେଶରେ ବିକାଶରେ ହାତବଢାଇଥିବା ଲୋକଙ୍କୁ ସମ୍ମାନ ଦେବି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ବିକାଶ କରୁଥିବା ବ୍ୟକ୍ତି ଏବଂ ଶ୍ରମିକଙ୍କ ବିଷୟରେ ସମାନ ଭାବରେ ଚିନ୍ତିତ।

Leave A Reply

Your email address will not be published.