ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ୪୩୬ଟଙ୍କା ପ୍ରିମିୟମରେ ମିଳୁଛି ଏତେ ଲକ୍ଷର ବୀମା..
ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ହେଉଛି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା (PMJJBY) । ଏହି ଯୋଜନା ୨୦୧୫ରେ ଆରମ୍ଭ ହୋଇଥିଲା । ଏହି ଯୋଜନା ଅଧୀନରେ ୪୩୬ ଟଙ୍କା ପ୍ରିମିୟମରେ ୨ଲକ୍ଷ ଟଙ୍କା କଭର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା (PMJJBY) ଅଧୀନରେ ଯଦି କୌଣସି କାରଣରୁ ମୃତ୍ୟୁ ଘଟେ ଜୀବନ ବୀମା କଭରେଜ୍ ପ୍ରଦାନ କରାଯାଇଥାଏ ।
ଏହି ପଲିସିକୁ ଆପଣ ବ୍ୟାଙ୍କ ଓ ଡାକଘରୁ କିଣି ପାରିବେ । ଏହି ପଲିସି ୧୮ ରୁ ୫୦ବର୍ଷ ବୟସର ଯେକୌଣସି ବ୍ୟକ୍ତି ନେଇପାରିବେ,ସେମାନଙ୍କର ବ୍ୟାଙ୍କ କିମ୍ବା ଡାକଘରେ ନିଜର ଆକାଉଣ୍ଟ ରହିଥିବା କଥା ।
ପ୍ରଧାନ ମନ୍ତ୍ର ଜୀଭାନ୍ ଜ୍ୟୋତି ବୀମା ଯୋଜନାର ଲାଭ :-
– ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା (PMJJBY)ରେ ୧୮ ରୁ ୫୦ବର୍ଷ ବୟସର ସମସ୍ତ ବ୍ୟକ୍ତିଙ୍କୁ ୨ଲକ୍ଷ ଟଙ୍କାର ଏକ ବର୍ଷ ପାଇଁ ଲାଇଫ କଭର ପ୍ରଦାନ କରେ । ଏହି କଭରରେ କୌଣସି କାରଣରୁ ମୃତ୍ୟୁ ଅନ୍ତର୍ଭୁକ୍ତ ।
-ଗ୍ରାହକଙ୍କୁ ବାର୍ଷିକ ୪୩୬ ଟଙ୍କା ପ୍ରିମିୟମ ଦେବାକୁ ପଡିବ, ଯାହା ସେମାନଙ୍କ ବ୍ୟାଙ୍କ କିମ୍ବା ଡାକଘର ଆକାଉଣ୍ଟରୁ ଅଟୋ-ଡେବିଟ୍ ହୋଇଥାଏ ।
ଆବେଦନ ପ୍ରକ୍ରିୟା
PMJJBY ସ୍କିମ୍ ପାଇଁ ଆବେଦନ ଦାଖଲ କରିବାକୁ, ବ୍ୟକ୍ତିମାନେ ବ୍ୟାଙ୍କ ଶାଖା / ବିସି ପଏଣ୍ଟ ଯାଇ ପାରିବେ । ଅଥବା ବ୍ୟାଙ୍କର ୱେବସାଇଟ୍ କୁ ଯାଇ ପାରିବେ । ପୋଷ୍ଟଅଫିସ୍ ସେଭିଂ ବ୍ୟାଙ୍କ ଆକାଉଣ୍ଟଧାରୀମାନଙ୍କୁ ଆବେଦନ କରିବାକୁ ଡାକଘର ଯିବାକୁ ପଡିବ । ଗ୍ରାହକ ଥରେ ଅନୁମତି ଦେଲାପରେ PMJJBY ସ୍କିମ୍ ପାଇଁ ପ୍ରିମିୟମ୍ ରାଶି ସ୍ୱୟଂଚାଳିତ ଭାବରେ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟିଯାଏ ।
ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ପାଇଁ ଯୋଗ୍ୟତା
୧୮ ରୁ ୫୦ବର୍ଷ ବୟସର ଜଣେ ବ୍ୟକ୍ତିଙ୍କର ବ୍ୟାଙ୍କ କିମ୍ବା ଡାକଘରରେ ଆକାଉଣ୍ଟ ଅଛି ତେବେ ଏହି ପଲିସି ପାଇଁ ଆବେଦନ କରିପାରିବେ । ୫୦ବର୍ଷ ବୟସ ପୂର୍ବରୁ ଏହି ପଲିସିକୁ କ୍ରୟ କରି ବୀମାଭୁକ୍ତ ବ୍ୟକ୍ତି ନିୟମିତ ପ୍ରିମିୟମ ଦେଇ ୫୫ବର୍ଷ ପର୍ଯ୍ୟନ୍ତ ଏହି ପଲିସି ଜାରି ରଖିପାରିବେ ।