Latest Odisha News

BREAKING NEWS

ନେହେରୁଙ୍କ ଚିଠି ଫେରାଇବାକୁ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ 

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଚିଠିକୁ ଫେରାଇବା ପାଇଁ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ (ପିଏମଏମଏଲ)। ଏହି ସମସ୍ତ ଚିଠିଗୁଡିକୁ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କୁ ୨୦୦୮ରେ ପ୍ରଦାନ କରାଯାଇଥିଲା। ଏହି ଚିଠି ସବୁକୁ ପଣ୍ଡିତ ନେହେରୁ ଲର୍ଡ ମାଉଣ୍ଟବେଟନଙ୍କ ପତ୍ନୀ ଏଡୱିନା ମାଉଣ୍ଟବେଟନଙ୍କୁ ଲେଖିଥିଲେ।

ତେବେ ସେପ୍ଟେମ୍ବର ମାସରେ ପିଏମଏମଏଲ ତରଫରୁ ସୋନିଆ ଗାନ୍ଧୀଙ୍କୁ ଏହି ଚିଠିଗୁଡିକ ଫେରାଇବାକୁ ଅଥବା ଏଗୁଡିକର  କପି ଦେବାକୁ କିମ୍ବା ଡିଜିଟାଲ୍ ସାଇଟରେ ଉପଲବ୍ଧ କରାଇବାକୁ ଅନୁରୋଧ କରିଥିଲେ।

ପିଏମଏମଏଲ ସୋସାଇଟି ସଦସ୍ୟ ତଥା ଇତିହାସକାର ତଥା ଲେଖକ ରିଜୱାନ କାଦ୍ରି ଏହି ଚିଠିଗୁଡିକୁ ଫେରସ୍ତ କରିବା ପାଇଁ  ଦାବି କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ସେପ୍ଟେମ୍ବର ୯ରେ ମୁଁ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲି ଏବଂ ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କୁ ଲେଖିଛି। ତାଙ୍କ କହିବାନୁସାରେ ନେହେରୁଙ୍କ ସହ ଜଡିତ ୫୧ଟି ବକ୍ସକୁ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟ ତରଫରୁ ପିଏମଏମଏଲ ରୁ ନିଆଯାଇଥିଲା।

ସେ କହିଛନ୍ତି ଯେ ନିଆଯାଇଥିବା ବକ୍ସ ମଧ୍ଯରେ ଜୟପ୍ରକାଶ ନାରାୟଣ, ବାବୁ ଜଗଜୀବନ ରାମ, ଏଡୱିନା ମାଉଣ୍ଟବେଟନଙ୍କୁ ଲେଖାଯାଇଥିବା ଚିଠି ରହିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତର ଇତିହାସ ବିଷୟରେ ସମ୍ପୂର୍ଣ୍ଣ ତଥ୍ଯ ଜାଣିବା ପାଇଁ ଏହି ଚିଠିଗୁଡ଼ିକୁ ଫେରାଇବାକୁ କୁହାଯାଇଛି।

Comments are closed.