Latest Odisha News

BREAKING NEWS

ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ, କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲା ପିଏମ୍ଓ

ନୂଆଦିଲ୍ଲୀ: ଆୟୁଷ ଉତ୍ପାଦଗୁଡିକର ବିଭ୍ରାନ୍ତିକର ବିଜ୍ଞାପନ ସହ ଜଡିତ ଏକ ଆଇନର ବାରମ୍ବାର ଉଲ୍ଲଂଘନ ହେତୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓ ଆୟୁଷ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛି । ଜାନୁଆରୀ ୨୪ ରେ ଆୟୁଷ ମନ୍ତ୍ରଣାଳୟର PMO ନିର୍ଦ୍ଦେଶ ପରେ ମନ୍ତ୍ରଣାଳୟ ଉତ୍ତରାଖଣ୍ଡ ଆୟୁଷ ବିଭାଗକୁ ଫେବୃଆରୀ ୨୦୨୨ ଠାରୁ ବିଚାରାଧୀନ ଥିବା ମାମଲାରେ “ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ” କହିଛି।

ପତଞ୍ଜଳୀ ନିଜର ପ୍ରଡକ୍ଟ ବିକ୍ରି ପାଇଁ ମିଛ ଓ ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବାରୁ ସୁପ୍ରିମକୋର୍ଟ ପୂର୍ବରୁ ଏନେଇ ଚେତାବନୀ ଦେଇଥିଲେ। ଏଥିସହ ଏପରି କାମ ଆଗକୁ ଜାରି ରଖିଲେ ପତଞ୍ଜଳୀ ଉପରେ ଫାଇନ ଲଗାଯିବ ବୋଲି କହିଥିଲେ ସର୍ବୋଚ୍ଚ ଅଦାଲତ କହିଥିଲେ । ଉଭୟ ଆୟୁଷ ମନ୍ତ୍ରଣାଳୟ ଏବଂ ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସ ପ୍ରାଧିକରଣ (SLA) ମଧୁମେହ, ମେଦବହୁଳତା, ଥାଇରଏଡ ଏବଂ ହୃଦରୋଗ ପାଇଁ ଏହାର ଔଷଧର ବିଭ୍ରାନ୍ତିକର ବିଜ୍ଞାପନ ଉପରେ ପତଞ୍ଜଳି ଆୟୁର୍ବେଦର ବିରୋଦ୍ଧ କରୁଥିଲେ ।

ଆୟୁର୍ବେଦିକ ଏବଂ ୟୁନାନି ସେବା, ଉତ୍ତରାଖଣ୍ଡର ଡେରାଡୁନ୍ ନିର୍ଦ୍ଦେଶକଙ୍କୁ ଲେଖିଥିବା ଏକ ଚିଠିରେ ଆୟୁଷ ମନ୍ତ୍ରଣାଳୟ କହିଛି ଯେ “ଯେହେତୁ ଦିବ୍ୟା ଫାର୍ମାସି ଦ୍ୱାରା ଡ୍ରଗ୍ସ ଏବଂ ମ୍ୟାଜିକ୍ ରିମେଡି (ଆପତ୍ତିଜନକ ବିଜ୍ଞାପନ) ଅଧିନିୟମ, ୧୯୫୪ର ଉଲ୍ଲଂଘନ ଅଟେ ତେଣୁ ଏହା ରାଜ୍ୟ ଲାଇସେନ୍ସ ପ୍ରାଧିକରଣ, ଉତ୍ତରାଖଣ୍ଡ ଅଧୀନରେ ରହିବ ।“ ଫେବୃଆରୀ ୨ରେ ଲେଖାଯାଇଥିବା ଏହି ଚିଠିରେ କୁହାଯାଇଛି ଯେ, ଏହି ମାମଲାକୁ ଯାଞ୍ଚ କରି ଏବାବଦରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆବେଦନକାରୀଙ୍କ ନିକଟରେ ପ୍ରତିକ୍ରିୟା ଜଣାଇବାକୁ ଅନୁରୋଧ କରାଯାଇଛି।“

Leave A Reply

Your email address will not be published.