Latest Odisha News

BREAKING NEWS

ପାରାକୁ କାହିଁକି କୁହାଯାଏ ଗୁପ୍ତଚର ପକ୍ଷୀ, କାହାଣୀ ଜାଣି ହୋଇଯିବେ ତାଜୁବ୍

ନୂଆଦିଲ୍ଲୀ: ସବୁଠାରୁ ବୁଦ୍ଧିମାନ ପକ୍ଷୀ ହେଉଛି ପାରା । ତେଣୁ ତାକୁ ଗୁପ୍ତଚର ପକ୍ଷୀ ମଧ୍ୟ କୁହାଯାଏ | ଏହାର ପ୍ରମାଣ ମୋଗଲ ଏବଂ ରାଜାରାଜୁଡା ସମୟରୁ ଦେଖିବାକୁ ମିଳେ | ନିକଟରେ ମୁମ୍ବାଇ ପୋଲିସ ଦୀର୍ଘ ୮ମାସ ଧରି ବନ୍ଦି ରଖିଥିବା ଏକ ସନ୍ଦିଗ୍ଧ ଚାଇନା ପାରାକୁ ଛାଡିଦେଇଛି । ବାସ୍ତବରେ, ମେ ୨୦୨୩ରେ ମୁମ୍ବାଇର ଉପନାଗରୀୟ ଅଞ୍ଚଳ ଚେମ୍ବୁରରୁ ଏକ ଚାଇନାର ସନ୍ଦିଗ୍ଧ ପାରାକୁ ଧରିଥିଲା ମୁମ୍ବାଇ ପୋଲିସ । ପାରାଟିର ପାଦରେ ଦୁଇଟି ମୁଦି ବନ୍ଧା ହୋଇଥିଲା । ତେବେ ଏହା ପ୍ରଥମ ଘଟଣା ନୁହେଁ, କାହିଁ କେତେ କାଳରୁ ଗୁପ୍ତଚର ଏବଂ ବାର୍ତ୍ତା ବିତରଣ ପାଇଁ ପାରାକୁ ବ୍ୟବହୃତ କରାଯାଉଛି । ତେବେ କଣ ଆପଣ ଜାଣିଛନ୍ତି କି ପାରାକୁ କାହିଁକି ଏକ ଗୁପ୍ତଚର ପକ୍ଷୀ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ…

ପାରା ହେଉଛି ଏକ ଏପରି ପକ୍ଷୀ, ଯାହାର ବ୍ୟବହାର କାହିଁ କେତେ କାଳରୁ ଏକ ଗୁପ୍ତଚର ଭାବରେ କରାଯାଉଛି । ଆନ୍ତର୍ଜାତୀୟ ଗୁପ୍ତଚର ସଂଗ୍ରହାଳୟର ଏକ ରିପୋର୍ଟ ଅନୁଯାୟୀ, ପ୍ରଥମ ବିଶ୍ୱଯୁଦ୍ଧ ସମୟରେ କପୋତମାନଙ୍କ ଦେହରେ ଛୋଟ କ୍ୟାମେରା ଲଗାଯାଇ ଶତ୍ରୁ ଅଞ୍ଚଳରେ ଛାଡି ଦିଆଯାଇଥିଲା । ଯେତେବେଳେ ପକ୍ଷୀ ଶତ୍ରୁ ଅଞ୍ଚଳରେ ଉଡୁଥିଲା, ସେତେବେଳେ ତା’ଦେହରେ ଲାଗିଥିବା ସେହି କ୍ୟାମେରାରେ ଶତ୍ରୁଙ୍କ ଚାଲିଚଳଣି ରେକର୍ଡ ହୋଇଯାଉଥିଲା । କେବଳ ଏତିକି ନୁହେଁ, ଖରାପ ପାଗକୁ ଖାତିର ନକରି ନିଜ ଅଞ୍ଚଳକୁ ଫେରିବା ପାଇଁ ସେମାନଙ୍କର ଗତି ଏବଂ କ୍ଷମତା ହେତୁ ସେମାନଙ୍କୁ ଶତ୍ରୁ ଦେଶରୁ ବାର୍ତ୍ତା ଆଣିବାର ଦାୟିତ୍ଵ ଦିଆଯାଇଥିଲା । ସଂଗ୍ରହାଳୟ ଅନୁଯାୟୀ, ଏହି ସମୟ ମଧ୍ୟରେ ୯୫ ପ୍ରତିଶତ ପାରା ସେମାନଙ୍କର କାର୍ଯ୍ୟ ସଠିକ୍ ଭାବରେ ତୁଲାଉ ଥିଲେ । ଏହି କାରଣରୁ, ୧୯୫୦ ମସିହା ପର୍ଯ୍ୟନ୍ତ ପାରାକୁ ସେନାର ଗୁପ୍ତଚର କାର୍ଯ୍ୟ ପାଇଁ ବ୍ୟବହୃତ କରାଯାଉଥିଲା ।

ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଚେର ଅମି ନାମକ ଏକ ପାରା ବହୁତ ପ୍ରସିଦ୍ଧ ଥିଲା । ତାର ଶେଷ ମିଶନ ୧୪ ଅକ୍ଟୋବର ୧୯୧୮ରେ ହୋଇଥିଲା, ଯେଉଁଥିରେ ସେ ଜର୍ମାନମାନଙ୍କ ବିରୋଦ୍ଧରେ ହୋଇଥିବା ଯୁଦ୍ଧରେ ଶତ୍ରୁ ଦ୍ଵାରା ଘେରାହୋଇ ରହିଥିବା ଫରାସୀ ବାଟାଲିୟନର ୧୯୪ ସୈନିକଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ। ତେବେ ଶତ୍ରୁ ଗୁଳି ଚଳାଇବା ସମୟରେ ଚେର ଅମି ପାରାର ଗୋଡ ଓ ଛାତିରେ ଗୁଳି ବାଜିଥିଲା । ତଥାପି ସେ ବାର୍ତ୍ତା ନେଇ ତାର ଲକ୍ଷ ସ୍ଥାନରେ ପହଞ୍ଚିବାରେ ସଫଳ ହୋଇଥିଲା । ସେହି ମିଶନ ସମୟରେ ଚେର ଅମି ଦେହରେ ଲାଗିଥିବା କ୍ଷତ କାରଣରୁ ୧୩ ଜୁନ୍ ୧୯୧୯ରେ ତାର ମୃତ୍ୟୁ ହୋଇଥିଲା । ପାରା ଚେର ଅମିକୁ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ପୁଷ୍କାର ଦିଆଯିବା ସହ, ବାହାଦୁର ନାୟକ ମାନଙ୍କୁ ଦିଆଯାଉଥିବା ସବୁଠାରୁ ସର୍ବୋଚ୍ଚ ଉପହାର ‘ଫ୍ରେଞ୍ଚ କ୍ରାଇକ୍ସ ଡି ଗୁଏରେ ବିଦ ପାମ’ରେ ମଧ୍ୟ ପୁରସ୍କୃତ କରାଯାଇଥିଲା ।

 

Leave A Reply

Your email address will not be published.