Latest Odisha News

BREAKING NEWS

୫ ରାଜ୍ୟରେ ଟିକା ସାର୍ଟିଫିକେଟରେ ରହିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ଟିକା ସାର୍ଟିଫିକେଟରେ ରହିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ । ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଟିକା ନେବା ପରେ ସାର୍ଟିଫିକେଟରେ ଏଣିକି ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବ ନାହିଁ । ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରୁଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ୫ ରାଜ୍ୟ ପାଇଁ କୋ-ଓ୍ୱିନ୍ ପୋର୍ଟାଲରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ହେବ ।

ଗତବର୍ଷ ଏପ୍ରିଲ-ମେ’ ମାସରେ ପଶ୍ଚିମବଙ୍ଗ, କେରଳ, ଆସାମ, ତାମିଲନାଡୁ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ବେଳେ ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ବିଭିନ୍ନ ରାଜନୈତିକ ଦଳ ଆପତ୍ତି ଉଠାଇଥିଲେ । ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ଅଭିଯୋଗ ପରେ ଟିକା ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଯାଇଥିଲା ।

Leave A Reply

Your email address will not be published.