Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୪୮୨୯ କରୋନା ପଜିଟିଭ୍, ୩ ଜିଲ୍ଲାରେ ଦ୍ରୁତ ବଢୁଛି

ଭୁବନେଶ୍ୱର: ରାଜ୍ୟରେ ୫ ହଜାର ମୁହାଁ ହୋଇଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୮୨୯ ପଜିଟିଭ୍ । ୦-୧୮ ଭିତରେ ୪୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୮୨୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୦୦୬ଟି । ସଂକ୍ରମଣରେ ଚିନ୍ତା ବଢ଼ାଇଛନ୍ତି ୩ଟି ଜିଲ୍ଲା ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ସମ୍ବଲପୁର ।

ଖୋର୍ଦ୍ଧାରୁ ଆଜି ୯୩୩ ସଂକ୍ରମିତ ବାହାରିଥିବା ବେଳେ ସୁନ୍ଦରଗଡ଼ରୁ ୮୬୯ ଓ ସମ୍ୱଲପୁରରୁ ଆଉ ୬୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪୦୧, ବାଲେଶ୍ୱରରୁ ୨୧୦, ଝାରସୁଗୁଡ଼ାରୁ ୧୮୯, ମୟୂରଭଞ୍ଜରୁ ୧୬୨, ପୁରୀରୁ ୧୩୦ ଓ ବଲାଙ୍ଗିରରୁ ୧୦୪ ଜଣ ପଜିଟିଭ୍ ବାହାରିଛନ୍ତି । ବୌଦ୍ଧ ଜିଲ୍ଲାରୁ ସବୁଠୁ କମ୍ ୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୯ଟି ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶେହରୁ ଅଧିକ ରହିଛି । ୨୪ ଘଣ୍ଟାରେ ୭୪ହଜାର ୩୦୪ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୬.୪୯ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୭୫ହଜାର ୬୯୮କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୪୬ହଜାର ୬୧୭ ଆକ୍ରାନ୍ତ । କୋଭିଡ୍ ଆକ୍ଟିଭ୍ କେସ୍ ସଂଖ୍ୟା ୨୦ହଜାର ୫୬୦କୁ ବଢ଼ିଛି ।

Leave A Reply

Your email address will not be published.