Latest Odisha News

BREAKING NEWS

PNG Connection: ସବୁ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ;ଭଡ଼ାରେ ରହୁଥିବା ବ୍ୟକ୍ତି ବି ସୁବିଧା…

ଭୁବନେଶ୍ବର: ସମସ୍ତ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ । ତୈଳ କମ୍ପାନୀ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ ଏହି ବଡ଼ ସୂଚନା ଦେଇଛନ୍ତି । ସହରାଞ୍ଚଳରେ ୩ ମାସ ମଧ୍ୟରେ PNG ସଂଯୋଗ ପାଇଁ କୁହାଯାଇଛି । ଏହି ବୈଠକରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମେତ ଯୋଗାଣ ସଚିବ ଏବଂ ତେଲ କମ୍ପାନିର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

ସୂଚନାଥାଉକି,କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସହରାଞ୍ଚଳରେ ପିଏନ୍‌ଜି ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି । ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ଏହି ନିୟମ । ପ୍ରଥମେ ସହରାଞ୍ଚଳରେ ଲାଗୁହେବ ନିୟମ । ୩ ମାସ ଭିତରେ ବଡ଼ ବଡ଼ ସହରରେ ପାଇପ୍ ମାଧ୍ୟମରେ ଗ୍ୟାସ୍ ଯୋଗାଣ ହେବ। ସ୍ଥାୟୀ ବାସିନ୍ଦାଙ୍କ ସହ ଭଡ଼ାରେ ରହୁଥିବା ବ୍ୟକ୍ତି ବି PNG ସୁବିଧା ପାଇବେ ।

ଅନ୍ୟପଟେ ଗ୍ରାମାଞ୍ଚଳ ପାଇଁ LPG ସିଲିଣ୍ଡର ଯୋଗାଣ ପୂର୍ବପରି ଜାରି ରହିବ । ଗ୍ୟାସ୍‌ କଳାବଜାରୀ ରୋକିବାକୁ e-KYC ବ୍ୟବସ୍ଥା କରାଯିବ । e-KYC ସରିଗଲେ କେହି ଆଉ କାହା ନାଁରେ ଗ୍ୟାସ୍‌ ନେଇପାରିବେନି ।

Leave A Reply

Your email address will not be published.