ଶିମିଳିପାଳରୁ ୪ଜଣ ଶିକାରିଙ୍କୁ ଏସଟିଏଫ ଗିରଫ କରିଛି । ଏହାସହିତ ସେମାନେ ଶିକାର ଉଦେଶ୍ୟରେ ଆଣିଥିବା ବନ୍ଧୁକ ଜବତ କରିଛି। ନଟୋ ସଂରକ୍ଷିତ ଜଙ୍ଗଲ ଅଶ୍ୱକୋଟି ଅଞ୍ଚଳରୁ ଧରାପଡ଼ିଛନ୍ତି ଶିକାରି । ଶିକାର ପାଇଁ ଯାଇଥିବାବେଳେ ଏସଟିଏଫ୍ ୪ଜଣ ଶିକାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ଶିକାରୀ ମାନେ ହେଲେ ଅଶ୍ୱକୁଟି ଗାଁର ଗାନସା ସିଂ, ବରଜୁ ସିଂ, ଗୁରା ସିଂ ବାଂକ୍ଷୀରା , କାର୍ତ୍ତିକ ସିଂ ବାଂକ୍ଷୀରା
ସୂଚନା ଅନୁସାରେ, ଗତକାଲି ରାତିରେ ପୋଡାଡିହା ବନ ବିଭାଗ ଏବଂ ଏସଟିପିଏଫ ମିଳିତ ଭାବେ ମନଭଙ୍ଗା ବିଟ ଅଞ୍ଚଳରେ ଚଢ଼ାଉ କରିଥିଲେ । ଜଙ୍ଗଲରେ ଚଢାଉ ବେଳେ ବନବକର୍ମଚାରୀଙ୍କୁ ମାରିଲେ ଗୁଳି । ଯାହାର ଜବାବରେ ବନବିଭାଗ ଓ ଏସ୍ଟିପିଏଫ୍ ମଧ୍ୟ ଫାଙ୍କା ଗୁଳିଚାଳନା କରିଥିଲେ ।ଗତକାଲି ରାତିରେ ପୋଡାଡିହା ବନ ବିଭାଗ ଏବଂ ଏସଟିପିଏଫ ମିଳିତ ଭାବେ ମନଭଙ୍ଗା ବିଟ ଅଞ୍ଚଳରେ ଚଢ଼ାଉ କରିଥିଲେ । ୪ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରୁ ୪ଟି ଦେଶୀ ବନ୍ଧୁକ ଜବତ ହୋଇଛି ।
Comments are closed.