ନୂଆଦିଲ୍ଲୀ: ସାଓମୀ ଆଜି ଭାରତୀୟ ବଜାରରେ POCO C71 ଲଞ୍ଚ କରିଛି। ଏହି ସ୍ମାର୍ଟଫୋନର ମୂଲ୍ୟ ୭,୦୦୦ ଟଙ୍କାରୁ କମ୍। ଏହାକୁ ଲୋକଙ୍କ ପାଇଁ ଏକ ବଜେଟ୍-ଅନୁକୂଳ ମୋବାଇଲ୍ ଫୋନ୍ କୁହାଯାଇପାରେ। ଆସନ୍ତୁ ଜାଣିବା ଏହି ସାଓମୀ ସ୍ମାର୍ଟଫୋନର ମୂଲ୍ୟ ଏବଂ ବୈଶିଷ୍ଟ୍ୟଗୁଡ଼ିକ ବିଷୟରେ।
POCO C71 ର ଫିଚର
POCO C71 ରେ 4 GB ଏବଂ 6 GB RAM ବିକଳ୍ପ ମିଳିବ। ଏଥିରେ 4 GB RAM ସହିତ 64 GB ଷ୍ଟୋରେଜ୍ ଅଛି। ସେହିପରି 6GB RAM ସହ 128 GB ଷ୍ଟୋରେଜ୍ ଉପଲବ୍ଧ। ଏଥିରେ 32 MP ଡୁଆଲ୍ କ୍ୟାମେରା ଏବଂ 8 MPର ଏକ ସେଲ୍ଫି କ୍ୟାମେରା ରହିଛି । କ୍ୟାମେରାରେ 7ଟି ଫିଲ୍ଟର ଫିଲ୍ମ ଉପଲବ୍ଧ। ଏହି ସ୍ମାର୍ଟଫୋନରେ 5200 mAh ବ୍ୟାଟେରୀ ଅଛି।
POCO C71 କେବେଠାରୁ ବିକ୍ରୟ ଆରମ୍ଭ
POCO C71 4+64 GB ଫୋନର ମୂଲ୍ୟ 6,499 ଟଙ୍କା ଏବଂ 6+128 GB ଫୋନର ମୂଲ୍ୟ 7,499 ଟଙ୍କା। ଏହି ସ୍ମାର୍ଟଫୋନର ବିକ୍ରୟ 8 ଏପ୍ରିଲ ଦିନ 12ଟାରୁ ଅନଲାଇନ୍ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଆରମ୍ଭ ହେବ। ସାଓମୀର ଏହି ଫୋନରେ ତିନୋଟି ରଙ୍ଗର ବିକଳ୍ପ ଅଛି – ପାୱାର ବ୍ଲାକ୍, କୁଲ୍ ବ୍ଲୁ ଏବଂ ଡେଜର୍ଟ ଗୋଲ୍ଡ।
Comments are closed.