Latest Odisha News

BREAKING NEWS

ଯୌନ ଶୋଷଣ ଅଭିଯୋଗ ଆଣିଥିବା ନାବାଳିକା ପ୍ରକୃତରେ ସାବାଳିକା; ବ୍ରିଜ ଭୂଷଣଙ୍କ ବିରୋଧରେ ହଟିପାରେ ପୋକ୍ସୋ ଆକ୍ଟ

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଜଣେ ନାବାଳିକା କୁସ୍ତି ଯୋଦ୍ଧା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏଥିପାଇଁ ବ୍ରିଜ ଭୂଷଣଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଲାଗିଛି। ହେଲେ ଏବେ ପୁଲିସରୁ ସୂଚନା ଜଣାପଡ଼ିଛି ଯେ ନାବାଳିକା ଜଣଙ୍କ ପ୍ରକୃତରେ ସାବାଳିକା। ତେଣୁ ବ୍ରିଜ ଭୂଷଣଙ୍କ ବିରୋଧରେ ଲାଗିଥିବା ପୋକ୍ସୋ ଆକ୍ଟ ହଟାଇ ଦିଆଯାଇପାରେ ବୋଲି ସୂଚନା ମିଳିଛି।

ସୂଚନା ଥାଉକି ନାବାଳିକା କୁସ୍ତି ଯୋଦ୍ଧା ବ୍ରଜି ଭୂଷଣଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ମହିଳା କୁସ୍ତି ଯୋଦ୍ଧାମାନେ ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ବର୍ତ୍ତମାନ ଦିଲ୍ଲୀ ପୁଲିସର ଯାଞ୍ଚରେ ବଡ଼ ଖୁଲାସା ହୋଇଛି। ବିଷଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୋଗ ଲଗାଇଥିବା ମହିଳା କୁସ୍ତି ଯୋଦ୍ଧା ଅଭିଯୋଗ ଲଗାଇଲା ବେଳେ ତାଙ୍କ ୨ ବର୍ଷ କମାଇ ଦେଇଥିଲେ। ବର୍ତ୍ତମାନ ଏହି ଘଟଣା ସାମ୍ନାକୁ ଆସିବା ପରେ କୁସ୍ତି ଯୋଦ୍ଧାଙ୍କ ଧାରଣାକୁ ନେଇ ପ୍ରଶ୍ନ ଉଠିଛି। ତେବ ଯଦି ପୁଲିସର ତଦନ୍ତ ସତ ହୁଏ ତେବେ ବ୍ରିଜ ଭୂଷଣଙ୍କ ବିରୋଧରେ ଲାଗିଥିବା ପୋକ୍ସୋ ଆକ୍ଟ ହଟାଇ ଦିଆଯାଇପାରେ।

ଅନ୍ୟପଟେ ବ୍ରଜ ଭୂଷଣଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ଆଜି ୩୯ ଦିନ ପୂରିଛି। ମେ ୨୮ ତାରିଖରେ ନୂଆ ସଂସଦ ଭବନ ଉଦ୍‌ଘାଟନ ସମୟରେ କୁସ୍ତିଯୋଦ୍ଧାମାନେ ମହିଳା ପହଞ୍ଚାୟତ ବସାଇବାକୁ ଯାଉଥିବା ବେଳେ ଦିଲ୍ଲୀ ପୁଲିସ ସେମାନଙ୍କୁ ଗିରଫ କରିବା ସହ ଯନ୍ତରମନ୍ତରରୁ ସେମାନଙ୍କୁ ହଟାଇ ଦିଆଯାଇଛି।

ଦିଲ୍ଲୀ ପୁଲିସର ଏଭଳି ଆକ୍ସନ ପରେ ମଙ୍ଗଳବାର(ମେ ୩୦)ରେ କୁସ୍ତିଯୋଦ୍ଧାମାନେ ହରିଦ୍ୱାରରେ ପହଞ୍ଚି ସେମାନେ ଅର୍ଜନ କରିଥିବା ମେଡାଲ ଭସାଇ ଦେବାକୁ ବାହାରିଥିଲେ। ହେଲେ କୃଷକ ସଂଘର ନେତା ନରେଶ ଟିକାୟତ ସେମାନଙ୍କୁ ଏପରି କରିବାରେ ରୋକିବା ସହ ୫ ଦିନ ସୟମ ମାଗିଛନ୍ତି।  ଅନ୍ୟପଟେ ଦିଲ୍ଲୀ ପୁଲିସ କହିଛି ଆମେ ଆନ୍ଦୋଳନ କରିବାକୁ ଅନୁମତି ଦେଇପାରିବୁ ନାହିଁ, ଯଦି ଆଉ କିଛି ବିକଳ୍ପ ଅଛି ତେବେ କୁହନ୍ତୁ।

Comments are closed.