Latest Odisha News

BREAKING NEWS

କବିତାରେ ହିଁ ବଞ୍ଚୁଥିଲେ କବି ଚକ୍ରଧର

ଭୁବନେଶ୍ୱର : ଚକ୍ରଧର -ସ୍ୱର୍ଣ୍ଣଲତା ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ବିଶିଷ୍ଟ କବି ଚକ୍ରଧର ରାଉତଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ, ହରପ୍ରସାଦ ଦାସ ମୁଖ୍ୟବକ୍ତା ଭାବରେ ଏବଂ ଦାଶ ବେନେହୁର ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ଅବସରରେ ସ୍ୱର୍ଗତଃ କବିଙ୍କର ସ୍ମୃତିଚାରଣ କରି କବିତା ତାଙ୍କର ଜୀବନ ଥିଲା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ତାଙ୍କ କବିତା ସମ୍ପର୍କରେ ଅଧିକ ଆଲୋଚନା ହେବା ଆବଶ୍ୟକ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା।

ବିଜୟ ନାୟକଙ୍କ ସ୍ୱାଗତ ଭାଷଣରେ ଆରମ୍ଭ ହୋଇଥିବା ଏହି ସ୍ମୃତି ସଭାରେ ଦୟାନିଧି ରାଉତ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ ଏବଂ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ। ପରିଶେଷରେ ଅମିତାଭ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.