Latest Odisha News

BREAKING NEWS

କଟକଣାରେ ପରିବର୍ତ୍ତନ, ଡିସେମ୍ବର ୨୫ ଓ ଡିସେମ୍ବର ୩୧ରୁ ଜାନୁଆରୀ ୨ ଯାଏଁ କଟକଣା

ଭୁବନେଶ୍ବର : ବଡ଼ଦିନ ଓ ନୂଆବର୍ଷ କଟକଣାରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଖ୍ରୀଷ୍ଟମାସରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଲାଗୁ ହୋଇଥିବା ବେଳେ ଏଥିରେ ପୁଣି ଥରେ ପରିବର୍ତ୍ତନ କରାଯାଇଛି । ନୂଆ ଗାଇଡ଼ଲାଇନରେ ଅନୁସାରେ, ଡିକେବଳ ଖ୍ରୀଷ୍ଟମାସ ଓ ଜାନୁଆରୀ ୨ ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଛି । ବଡ଼ଦିନ ଓ ନୂଆବର୍ଷରେ ଜନଗହଳିକୁ ଦୃଷ୍ଟିରେ ରଖି ଏହି କଟକଣା ଲାଗୁ ହୋଇଛି ।

ଗାଇଡଲାଇନ୍ ଅନୁସାରେ, ଖ୍ରୀଷ୍ଟମାସରେ ଚର୍ଚ୍ଚରେ ୫୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ନୂଆବର୍ଷ ପାଳନ ପାଇଁ ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇଛି । ହୋଟେଲ୍, କ୍ଲବ୍, ରେଷ୍ଟୁରାଣ୍ଟ, ପାର୍କ, କଲ୍ୟାଣ ମଣ୍ଡପରେ ନୂଆ ବର୍ଷ ପାଳନ ହୋଇପାରିବ ନାହିଁ । ସେହିପରି ପିକନିକ୍ ଓ ଭୋଜି ମଧ୍ୟ ହୋଇପାରିବ ନାହିଁ । ସମାବେଶ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । କିନ୍ତୁ କରୋନା କଟକଣାରେ ଶୁଦ୍ଧିକ୍ରିୟା କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି । ଏହି ସମୟରେ ନିୟମର ଉଲ୍ଲଂଘନ କରାଗଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.