Latest Odisha News

ପ୍ରଖ୍ୟାତ ଉର୍ଦ୍ଦୁ କବି ପ୍ରଫେସର ୱାସୀମ ବରେଲଭିଙ୍କ କାର ଦୁର୍ଘଟଣାଗ୍ରସ୍ତ

ଲକ୍ଷ୍ନୌ: ପ୍ରଖ୍ୟାତ ଉର୍ଦ୍ଦୁ କବି ପ୍ରଫେସର ୱାସୀମ ବରେଲଭିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ରବିବାର ସକାଳେ ହାପୁର ନିକଟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ତାଙ୍କର ହାତରେ ଭାଙ୍ଗିଯାଇଥିବା ସୂଚନା ମିଳିଛି। ୮୨ ବର୍ଷୀୟ ୱାସୀମ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଦିଲ୍ଲୀର ବିଏଲ୍‌କେ ହସ୍‌ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି।

वसीम बरेलवी 2 लाइन शायरी | Waseem Barelvi 2 Line Shayari

ଦିଲ୍ଲୀରୁ ଅକୀଲ ନୋମାନୀଙ୍କ ସହ ୱାସୀମ ବରେଲି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ହାପୁର ଦେଇ ଯାଉଥିବା ବେଳେ କୁହୁଡ଼ି ଯୋଗୁ ତାଙ୍କ କାର୍‌ ଏକ ଟ୍ରକ୍‌ରେ ପିଟି ହୋଇଯାଇଥିଲା। ଏହାପରେ ଦୁହେଁ ଆହତ ହୋଇଥିଲେ। ଏଥିରେ ୱାସୀମ ବରେଲଭୀଙ୍କ ହାତ ଭାଙ୍ଗିଯାଇଥିଲା।

ଦୁର୍ଘଟଣା ପରେ ସେଠାରୁ ୱାସୀମଙ୍କୁ ଉଦ୍ଧାର କରି ଦିଲ୍ଲୀର ବିଏଲ୍‌କେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କର ହାତର ଅପରେସନ କରିଥିଲେ। ବର୍ତ୍ତମାନ ସେ ବିପଦ ମୁକ୍ତ ଅଛନ୍ତି ଓ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବୋଲି ହସ୍‌ପିଟାଲ୍ର ଡାକ୍ତର କହିଛନ୍ତି।

shayri #shayari #rekhta #Urdu #urdushayri #quote #quotes Waseem Barelvi  Shayri #s3salim | Islamic Reminder And Quotes

ସୂଚନା ଥାଉକି, ୱାସୀମ ବରେଲଭିଙ୍କ ଜଣେ ପ୍ରଖ୍ୟାତ ଉର୍ଦ୍ଦୁ କବି। ଅନେକ କବିତା ପାଠ ଉତ୍ସବରେ ତାଙ୍କର ଶାୟରୀ ଲୋକଙ୍କୁ ଦିୱାନା କରିଛି। ଜୀବନ ଅଦର୍ଶ ଓ ପ୍ରେମକୁ ନେଇ ସେ ଏମିତି ଶାୟରୀ କୁହନ୍ତି ପିଲା ଠାରୁ ବୁଢା ସମସ୍ତଙ୍କର ହୃଦୟକୁ ଛୁଇଁଯାଏ। ଅନେକ ସମ୍ମାନରେ ସମ୍ମାନିତ ହୋଇଥିବା କବି ୱାସୀମଙ୍କ ଦୁର୍ଘଟଣା ଖବର ଆସିବା ପରେ ଅନେକ ସାହିତ୍ୟିକ ତାଙ୍କର ସୁସ୍ଥ କାମନା କରିଛନ୍ତି।

 

Leave A Reply

Your email address will not be published.