Latest Odisha News

BREAKING NEWS

ଚୀନରେ ଦ୍ରୁତ ଗତିରେ ହ୍ରାସ ପାଉଛି ଜନସଂଖ୍ୟା

ବେଜିଂ: ଚୀନରେ କମୁଛି ଜନସଂଖ୍ୟା । ଵିଶ୍ଵର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ ଏବେ ଦ୍ରୁତ ଗତିରେ ହ୍ରାସ ପାଉଛି ଜନସଂଖ୍ୟା । ୬୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏପରି ପରିବର୍ତ୍ତନ ଦେଖା ଦେଇଛି । ନାଶନାଲ ବ୍ୟୁରୋ ଅଫ ଷ୍ଟାଟିଟିକ୍ସ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଇଛି ଯେ, ଚୀନରେ ଲଗାତାର ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
ଏହି ରିପୋର୍ଟରୁ ଜଣାଯାଇଛି, ବିଦେଶୀଙ୍କୁ ବାଦ ଦେଲେ ଚୀନର ଜନସଂଖ୍ୟା ୨୦୨୨ରେ ୮, ୫୦, ୦୦୦ ହ୍ରାସ ପାଇଛି । ଏହା ପରେ ଦେଶରେ ଜନସଂଖ୍ୟା ହ୍ରାସ ପାଇ ୧୪୧ କୋଟିରେ ପହଞ୍ଚିଛି । ମୂଳ ଚୀନର ଜନସଂଖ୍ୟା ୨୦୨୧ରେ ୧୩ ପ୍ରତିଶତ ହ୍ରାସ ପାଇଥିବାବେଳେ ୨୦୨୦ରେ ଏହା ୨୨ ପ୍ରତିଶତ ହ୍ରାସ ପାଇଥିଲା । ଏଠି କହିରଖିବୁ, କୋଭିଡରେ ଚୀନର ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା ।

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ୨୦୧୧ ଡିସେମ୍ବର ୮ ରୁ ୨୦୨୩ ଜାନୁଆରୀ ୧୨ ଭିତରେ କୋଭିଡ-୧୯ ସଂକ୍ରମଣରେ ୬୦ ହଜାର ଲୋକଙ୍କର ମୃତ୍ୟୁ ଘଟିଛି । ତେବେ ଗତବର୍ଷ ଜନ୍ମହାରଠାରୁ ମୃତ୍ୟୁ ହାର ଅଧିକ ଥିଲା । ନାଶନାଲ ବ୍ୟୁରୋ ଅଫ ଷ୍ଟାଟିଟିକ୍ସ ରିପୋର୍ଟ ଅନୁସାରେ ୨୦୨୨ରେ ଚୀନରେ ୯୫.୬ ଲକ୍ଷ ପିଲା ଜନ୍ମଗ୍ରହଣ କରିଥିବାବେଳେ ୧୦୪.୧ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା ।
ତେବେ ଏପରି ଜନସଂଖ୍ୟା ହ୍ରାସ ଚୀନର ବିକାଶ ଉପରେ ଅନୁକୂଳ ପ୍ରଭାବ ପକାଇବ ନା ପ୍ରତିକୂଳ ପ୍ରଭାବ ପକାଇବ ସେ ନେଇ ଦେଶରେ ବିତର୍କ ଆରମ୍ଭ ହୋଇଗଲାଣି ।

Leave A Reply

Your email address will not be published.