Latest Odisha News

BREAKING NEWS

କାଫେଟେରିଆରେ କବିତା ଓ ରାଜନୀତି

ଭୁବନେଶ୍ୱର: କାଫେଟେରିଆ କବିତା ମାଧ୍ୟମରେ ରାଜନୀତି ଆଲୋଚନା ର ଏକ ପ୍ରୟାସ। ଅପ୍ରେଲ ୬ ତାରିଖ ସନ୍ଧ୍ୟାରେ OXFORD Book Store ରେ କିଛି କବି ବନ୍ଧୁମାନେ ଏକତ୍ରିତ ହୋଇଥିଲେ। ଦେଶର ରାଜନୈତିକ ସ୍ଥିତିର ଗରମ ପରିବେଶ ସହିତ ନିଜକୁ ସାମିଲ କରିଥିଲେ ଏକ ନିଆରା ଢଙ୍ଗରେ: କବିତା ଓ ସାହିତ୍ୟ ମାଧ୍ୟମରେ। ଏହି ନିଆରା ପରିବେଶରେ ଭାଗ ନେଇଥିଲେ ଶକ୍ତି ମହାନ୍ତି, ଭାରତ ମାଝୀ, ଡ଼ଃ ହୀରଣ୍ମୟୀ ମିଶ୍ରଏବଂ ଏଲି ମହାନ୍ତି।

କବିତା ଆବୃତି କରିଥିଲେ ପବିତ୍ର ମୋହନ କର, ସୁବ୍ରତ ସେନାପତି, ପ୍ରତ୍ୟୁଷ ମିଶ୍ର, ସୁମନ ଦାସ, ଭାରତ ମାଝୀ ଏବଂ ଭାସ୍ବତୀ ବସୁ।
ମଞ୍ଚ ସଞ୍ଚାଳନ କରିଥିଲେ କବି କେଦାର ମିଶ୍ର।

ସାହିତ୍ୟ, ସମାଜ ଓ ରାଜନିତୀ କୁ ନେଇ ଆଲୋଚନା ଏବଂ ନିରୁତା ଖଟି ପାଇଁ କାଫେଟେରିଆ ଆଗକୁ ଯୋଜନା ରଖିଛି।
କବି ସୁଭଶ୍ରୀ ସୁଭସ୍ମିତା ମିଶ୍ର ଏବଂ ଭାସ୍ବତୀ ବସୁ ଏହାର ଆୟୋଜନ କରିଥିଲେ।

Comments are closed.