Latest Odisha News

BREAKING NEWS

କବିତା ଅତୀତର ଅନୁଭୂତି ସହ ଭବିଷ୍ୟତର ସ୍ୱର

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ଗୋବିନ୍ଦ ଚନ୍ଦ୍ର ଦାଶଙ୍କର ଚାରିଗୋଟି କବିତା ସଙ୍କଳନ ଫେରିବା ବାଟରେ , ଅମୃତ ଆଲେଖ୍ୟ , ଶ୍ରୀଜଗନ୍ନାଥ ଭଜନ ଶତକ ଓ ଶ୍ରୁତି ସଂଜୀବନୀ ସହିତ ଏ ବି ପ୍ରଡକ୍ସନ ଦ୍ୱାରା ଏକ ମ୍ୟୁଜିକ ଭିଡ଼ିଓ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି।

ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ୱତ ସଭାରେ ଅଭିନେତା ତଥା ରାଜନେତା ପ୍ରଶାନ୍ତ ନନ୍ଦ ମୁଖ୍ୟ ଅତିଥି ,କବି ଫନୀ ମହାନ୍ତି ମୁଖ୍ୟବକ୍ତା, ସମାଲୋଚକ ବସନ୍ତ କୁମାର ପଣ୍ଡା ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ। କବିତା ଜୀବନର ଅଙ୍ଗ ଏବଂ ଅତୀତର ଅନୁଭୂତି ସହ ଭବିଷ୍ୟତରେ ସ୍ୱର ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କବି ଶ୍ରୀ ଦାଶ ଲେଖକୀୟ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସୁପ୍ରିୟା ପଣ୍ଡା ସଂଯୋଜିକାର ଦାୟିତ୍ୱ ନିର୍ବାହ କରିଥିଲେ ଏବଂ ପରିଶେଷରେ ପ୍ରକାଶକ ତଥା ଲେଖକ ରାଜ କିଶୋର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed, but trackbacks and pingbacks are open.