Latest Odisha News

BREAKING NEWS

ରାଜ୍ୟରେ ୨-୩ ଡିଗ୍ରୀ ଯାଏ ବଢ଼ିବ ଦିନର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ବଢିବ ତାତି । ୨ ରୁ ୩ ଡ଼ିଗ୍ରୀ ଯାଏ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ଆଗାମୀ ୪ ରୁ ୫ ଦିନ ମଧ୍ୟରେ ୨ରୁ ୩ ଡ଼ିଗ୍ରୀ ଯାଏ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ବୌଦ୍ଧରେ ଦିନର ସର୍ବାଧିକ ତାପମାତ୍ରା ୩୭.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି । ଅନୁଗୋଳରେ ୩୭.୧ ଡିଗ୍ରୀ, ତାଳଚେର ୩୭.୦ ଡିଗ୍ରୀ, ସୋନପୁରରେ ୩୭.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସେହିପରି ଟିଟଲାଗଡରେ ୩୭.୦ ଡ଼ିଗ୍ରୀ, ବଲାଙ୍ଗିରରେ ୩୭.୦ ଡିଗ୍ରୀ, ଭୁବନେଶ୍ୱରରେ ୩୫.୯ ଡିଗ୍ରୀ ଓ କଟକରେ ଦିନର ତାପମାତ୍ରା ୩୫.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଆଗାମୀ ୫ ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି କହିଛି ପାଣିପାଗ କେନ୍ଦ୍ର ।

Comments are closed, but trackbacks and pingbacks are open.