Latest Odisha News

BREAKING NEWS

ଆଜିର ସୃଜନୀ ପକ୍ଷରୁ ମହିଳା କବିତା ଆସର ଆୟୋଜିତ 

ସାମାଜ ସେବା ଓ ସାହିତ୍ୟ ପରସ୍ପର ସହ ଜଡିତ

ଭୁବନେଶ୍ବର  : ସାମାଜ ସେବା ସହ ଓଡ଼ିଆ ସାହିତ୍ୟର ଉନ୍ନତି ପାଇଁ ସବୁବେଳେ ପ୍ରୟାସ କରିଆସୁଥିବା ଦାତବ୍ୟ ଅନୁଷ୍ଠାନ ଆଜିର ସୃଜନୀ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ମହିଳା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଜୟ ଦାସ, ବିଶିଷ୍ଟ ଲେଖିକା ଶକୁନ୍ତଳା ବଳିଆରସିଂହ, ସାହିତ୍ୟ ପତ୍ରିକା ଶିଳାଶ୍ରୀର ପ୍ରତିଷ୍ଠାତ୍ରୀ ବାସନ୍ତୀ ଦାସ, ସବିତା ବେହେରା ଏବଂ ସଂସ୍କୃତି ବିଭାଗ ଅତିରିକ୍ତ ସଚିବ ମନସ୍ଵିନୀ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।

କାର୍ଯକ୍ରମର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ପରେ ପ୍ରତିଷ୍ଠାତ୍ରୀ ସୁଜାତା ନନ୍ଦ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ଜୀବନ ସହିତ ସାହିତ୍ୟ ଓ ସାହିତ୍ୟ ସହିତ ଜୀବନ ଯେପରି ଅଙ୍ଗାଙ୍ଗୀ ଭାବରେ ଜଡିତ ଠିକ୍ ସେହିପରି ସମାଜର ଅବହେଳିତ, ନିଷ୍ପେସିତ ଶିଶୁ ଓ ମହିଳାମାନଙ୍କ ପାଇଁ ଆଜିର ସୃଜନୀ କାର୍ଯ୍ୟ ଜାରିରଖିବା ସହ ଭାଷା ସାହିତ୍ୟର ଉନ୍ନତି ପାଇଁ ମଧ୍ଯ ଉଦ୍ୟମ କରୁଛି। ଆଗାମୀ ଦିନରେ ଆଜିର ସୃଜନୀ ଏକ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ପ୍ରକାଶ କରିବାକୁ ଯାଉଛି ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ଶହେରୁ ଉର୍ଦ୍ଧ୍ଵ କବୀ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବିଚାରକଙ୍କ ଦ୍ଵାରା ନିର୍ବାଚିତ କବୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ମଞ୍ଜୁଳା ତ୍ରିପାଠୀ, ଉପ-ସଭାପତି ସ୍ଵର୍ଣ୍ଣପ୍ରଭା ଦାସ, ସମ୍ପାଦିକା ସୁଜାତା ରାୟ , ସାଂସ୍କତିକ ସମ୍ପାଦିକା ଜ୍ୟୋତ୍ସ୍ନା ମହାରଣା ପରିଚାଳନା କରିଥିଲେ।

Leave A Reply

Your email address will not be published.