ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ଜୀବନରେ ଶିକ୍ଷାର ସମାପ୍ତି ନାହିଁ । ଶିକ୍ଷା ନଦୀର ବାଲି ସଦୃଶ । ଆମେ ଯେତିକି ଶିକ୍ଷା ଗ୍ରହଣ କରିଛେ, ନଦୀର ଗୋଟିଏ ବାଲି । ଯିଏ କହେ ମୁଁ ସର୍ବଶାସ୍ତ୍ର ବିଶାରଦ । ତାହା ହେଉଛି ତାର ଅହଂକାର । କାଳିଦାସ କହିଥିଲେ “ବାଳାଦପି ଗ୍ରହୀତବ୍ୟମ୍’ ଛୋଟ ପିଲାଠାରୁ ମଧ୍ୟ ଶିକ୍ଷା ଗ୍ରହଣ କରିବା ଉଚିତ୍ । ଗୁରୁ ଦ୍ରୋଣାଚାର୍ଯ୍ୟ ଶିକ୍ଷାର ପରୀକ୍ଷା କରିବା ପାଇଁ ଇଛା କରିଥିଲେ । ପାଣ୍ଡବ ଓ କୌରବଙ୍କୁ ଶସ୍ତ୍ର ଶିକ୍ଷା ଦେଉଥିଲେ ଆଚାର୍ଯ୍ୟ ଦ୍ରୋଣ । ତାଙ୍କ ମନରେ ଥରେ ପ୍ରଶ୍ନ ହେଲା ସେମାନଙ୍କୁ ପରୀକ୍ଷା କରିବା ପାଇଁ ? ତାହାକୁ ଇଚ୍ଛା ପ୍ରକାଶ କରି ସେମାନଙ୍କର ବୈଚାରିକ ପ୍ରଗତି ତଥା ବ୍ୟବହାରିକ ତାର ସମ୍ପର୍କରେ ଜାଣିବା ପାଇଁ ଇଛା କରିଥିଲେ । ଆଚାର୍ଯ୍ୟ ଦ୍ରୋଣ, ରାଜକୁମାର ଦୁର୍ଯ୍ୟୋଧନଙ୍କୁ ପାଖକୁ ଡାକି କହିଲେ- ବତ୍ସ?
ତୁମେ ଯାଅ- ସମାଜରେ ଜଣେ ଭଲ ମନୁଷ୍ୟକୁ ଖୋଜି ଆଣି ମୋ ସ୧ୁଖରେ ଉପସ୍ଥିତ କରାଅ ?
ଦୁର୍ଯ୍ୟୋଧନ କହିଲେ- ‘ଯାହା ଆପଣଙ୍କ ଇଛା’…. ତତକ୍ଷଣାତ୍ ଭଲ ଲୋକଟିଏ ଖୋଜିବାକୁ ବାହାରି ପଡିଲେ । କିଛି ଦିନ ପରେ ଦୁର୍ଯ୍ୟୋଧନ ଫେରିଆସି କହିଲେ- ହେ ଆଚାର୍ଯ୍ୟ! ହେ ଗୁରୁଦେବ! ମୁଁ ବହୁତ ନଗର ସହର ଗ୍ରାମ ଭ୍ରମଣ କଲି… ପରନ୍ତୁ କେଉଁଠି ବି ମୋତେ ଗୋଟିଏ ଭଲ ମନୁଷ୍ୟ ମିଳିଲା ନାହିଁ । ତତ୍ ପାଶ୍ଚାତ ଆଚାର୍ଯ୍ୟ ଦ୍ରୋଣ ରାଜକୁମାର ଯୁଧିଷ୍ଠିରଙ୍କୁ ନିଜ ପାଖକୁ ଡାକି କହିଲେ, ‘ପୁତ୍ର? ଏହି ପୃଥିବୀରେ ଜଣେ ଖରାପ ବ୍ୟକ୍ତିଟିଏ ଖୋଜି ମୋ ପାଖକୁ ଆଣ । ଯୁଧିଷ୍ଠିର କହିଲେ- ଠିକ୍ ଅଛି ଗୁରୁଦେବ! ମୁଁ ଚେଷ୍ଟା କରିବି । ଭଲ ଲୋକଟିଏ ଖୋଜିବାକୁ ବାହାରି ପଡିଲେ ଯୁଧିଷ୍ଠିର ।
ବହୁତ ଦିନ ପରେ ଯୁଧିଷ୍ଠିର ଆଚାର୍ଯ୍ୟଙ୍କ ପାଖକୁ ଫେରିଆସିଲେ । ଆଚାର୍ଯ୍ୟ ପଚାରିଲେ- କ’ଣ ବତ୍ସ? ଖରାପ ଲୋକଟିଏ ସାଥିରେ ଆଣିଲ? ଯୁଧିଷ୍ଠିର କହିଲେ – ହେ ଗୁରୁଦେବ! ମୁଁ ଖରାପ ଲୋକଟିଏ ବହୁତ ଖୋଜିଲି ପରନ୍ତୁ ମୋତେ ଗୋଟିଏ ବି ଖରାପ ଲୋକଟିଏ ମିଳିଲା ନାହିଁ । ସେହି କାରଣରୁ ମୁଁ ଖାଲି ହାତରେ ଫେରି ଆସିଛି । ସମସ୍ତ ଶିଷ୍ୟ ଆଚାର୍ଯ୍ୟଙ୍କୁ ପଚାରିଲେ- ଗୁରୁବର? ଏପରି କାହିଁକି ହେଲା ଯେ ଦୁର୍ଯ୍ୟୋଧନଙ୍କୁ କୌଣସି ଭଲ ଲୋକଟିଏ ମିଳିଲା ନାହିଁ? ଯୁଧିଷ୍ଠିରଙ୍କୁ ଗୋଟିଏ ଖରାପ ଲୋକଟିଏ ମିଳିଲା ନାହିଁ । ଆଚାର୍ଯ୍ୟ କହିଲେ- ହେ ପୁତ୍ରଗଣ? “ଯାଦୃଶି ଭାବନା ଯସ୍ୟ’ । ଯେଉଁ ବ୍ୟକ୍ତି ଯେଉଁ ପ୍ରକାରର ହୋଇଥାନ୍ତି, ସେମାନଙ୍କୁ ସେହି ପ୍ରକାରର ଦୃଶ୍ୟ ଦେଖାଯାଏ । ତେଣୁ ଦୁର୍ଯ୍ୟୋଧନଙ୍କୁ କୌଣସି ଭଲ ଲୋକଟିଏ ମିଳିଲା ନାହିଁ କି ଯୁଧିଷ୍ଠିରଙ୍କୁ ଗୋଟିଏ ଖରାପ ଲୋକଟିଏ ମିଳିଲା ନାହିଁ । ତେଣୁ ଆମେ ସଦାସର୍ବଦା ଆମର ଦୃଷ୍ଟି କୋଣ ବଦଳେଇବାକୁ ପଡିବ । ତାହାହେଲେ ଆମେ ଭଲ ଖରାପର ବିଚାର କରିପାରିବା ।
Comments are closed.