Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ପୋଲାଣ୍ଡ ଖେଳାଳିଙ୍କୁ ନେଇ ଯାଉଥିବା ବିମାନକୁ ଏସ୍କର୍ଟ କରି ନେଲେ ଏଫ୧୬ ଯୁଦ୍ଧ ବିମାନ

ଦୋହା: ଫିଫା ବିଶ୍ୱକପ ପାଇଁ ପ୍ରାୟ ସମସ୍ତ ଟିମ କତାରରେ ପଂହଚି ସାରିଲେଣି । ତେବେ ପୋଲାଣ୍ଡ ଟିମକୁ ନେଇ ଆସୁଥିବା ବିମାନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଖେଳାଳିମାନଙ୍କୁ ନେଇ ଆସୁଥିବା ବିମାନ କାତାର ଉପରେ ଦେଇ ଗଲା ବେଳେ ସେମାନଙ୍କୁ ଏଫ୧୬ ଯୁଦ୍ଧ ବିମାନ ଏକ୍ସର୍ଟ କରି ନେଇଥିଲେ । ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ପୋଲାଣ୍ଡ ଏ ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲା ବୋଲି କୁହାଯାଉଛି । ୟୁକ୍ରେନ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନ ଥିବା ବେଳେ ରୁଷିଆ ଉପରେ ପ୍ରତିବନ୍ଧ ଲଗାଯାଇଛି । ନିକଟରେ ପୋଲାଣ୍ଡ-ୟୁକ୍ରେନ ସୀମା ନିକଟରେ ଏକ ମିସାଇଲ ପଡିବା ଯୋଗୁ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପୋଲାଣ୍ଡ ରାଷ୍ଟ୍ରୀୟ ଫୁଟବଲ ଟିମ ସେମାନଙ୍କ ଟ୍ୱିଟର ଆକାଂଉଟରେ ଏହି ଫଟୋ ଶେୟାର କରିଛନ୍ତି । ବିଶ୍ୱକପରେ ମଙ୍ଗଳବାର ଗ୍ରୁପ ସି ମୁକାବିଲାରେ ମେକ୍ସିକୋ ବିପକ୍ଷରେ ପୋଲାଣ୍ଡ ତାର ଅଭିଯାନ ଆରମ୍ଭ କରିବ । ତେବେ ଏହି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.