Latest Odisha News

BREAKING NEWS

ପାରାଦୀପରେ ଦେଶର ୯ଟି ବୃହତ ବନ୍ଦରକୁ ନେଇ ସାଂସ୍କୃତିକ ମିଳନ

ପାରାଦୀପ: ଦେଶର ୯ଗୋଟି ବୃହତ ବନ୍ଦରର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ପାରାଦୀପରେ ଆୟୋଜିତ ହୋଇଛି ୨୨ତମ ସର୍ବଭାରତୀୟ ସାଂସ୍କୃତିକ ମିଳନ । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରେ ଘଟିଥିବା ଘଟଣାବଳୀକୁ ନାଟକ ମାଧ୍ୟମରେ ନିଛକ ଭାବେ ପ୍ରଦର୍ଶିତ କରିଛନ୍ତି ବନ୍ଦରର କଳାକାର ।

ମହାରାଷ୍ଟ୍ରର ପାରମ୍ପରିକ କୋଲି ଗୀତ ସହ ପଶ୍ଚିମବଙ୍ଗର ଗଙ୍ଗା ଆରତୀ ଦର୍ଶକଙ୍କୁ ବିମୋହିତ କରିଛି । ସାଂସ୍କୃତିକ ମିଳନରେ ଦେଶର ୯ଟି ବୃହତ ବନ୍ଦରର ୨ ଶହ କଳାକାର ସାମିଲ୍ ହୋଇଛନ୍ତି । ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଆରୋପ, ପ୍ରତ୍ୟାରୋପ ପରେ ଭାଇଚାରା ଫେରିବାର କାହାଣୀ ମଞ୍ଚସ୍ଥ କରିଛନ୍ତି ନଭି ମୁମ୍ବାଇ ବନ୍ଦରର କଳାକାର ।

ସେହିଭଳି କୋଲକତା ବନ୍ଦର ପକ୍ଷରୁ ପ୍ରଦର୍ଶିତ ନାଟକ ସମସ୍ତଙ୍କ ମନ ଜିଣିଛି । ରାଜ୍ୟ ବାହାରୁ ଆସିଥିବା କଳାକାର ଓଡ଼ିଆଙ୍କ ଅଭିନୟରେ ବିମୋହିତ ହୋଇଛନ୍ତି । ଗୁରୁବାର ଠାରୁ ଜୟଦେବ ସଦନରେ ଆରମ୍ଭ ହୋଇଅଥିବା ସାଂସ୍କୃତିକ ମିଳନ ୪ ଦିନ ଧରି ଚାଲିବ ।

Leave A Reply

Your email address will not be published.