ରାଉରକେଲା: ରାଉରକେଲାରେ ବସ୍ତିବାସିଦା ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ । ବସ୍ତି ବାସିନ୍ଦାଙ୍କ ଢେଲା ଓ ତୀର ମାଡ଼ରେ ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ନାୟକଙ୍କ ସମେତ ଛଅ ପୋଲିସ ଗୁରୁତର ଓ ଆହତ ହୋଇଛନ୍ତି l ଡ଼ୁମେର୍ତ୍ତାରୁ ରାଉରକେଲା ଇସ୍ପାତ କାରଖାନାକୁ ନିର୍ମାଣ ରେଳ ଲାଇନକୁ ବିରୋଧ କରି ଏଭଳି ଘଟଣା ଘଟିଛି।
ଜେସିବି ଧକ୍କାରେ ବରକାନିର ଏତୋ ଏକ୍କା (୩୭)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି l
ଏଏସଆଇ ରାଜେନ୍ଦ୍ର ସାହୁ, ସରୋଜ କୁମାର ମୁଦୁଲିଙ୍କ ସମେତ ମନୋରଞ୍ଜନ ଦାସ, ରାକେଶ ମହାରଣା ଓ ଜେସିବି ଅପରେଟର ସାମୱେଲ ମାସି ଗୁରୁତର ଆହତ ହୋଇଛନ୍ତି l ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l
Comments are closed.