Latest Odisha News

BREAKING NEWS

ଭୁବନେଶ୍ୱର ଏମ୍ସରୁ ୧୨ ଦଲାଲ ଗିରଫ

ଭୁବନେଶ୍ୱର: ଏମ୍ସ ପରିସରରୁ ୧୨ ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି । ରୋଗୀଙ୍କୁ ସାହାଯ୍ୟ କରିବା ନାଁରେ ଏହି ଦଲାଲ୍ ମାନେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଥିଲା । ଦଲାଲଙ୍କୁ ଧରିବା ଲାଗି ପୋଲିସ ରୋଗୀ ବେଶରେ ଯାଇଥିଲେ । ଦଲାଲ୍ ଏମ୍ସ ଓପିଡି ଟିକେଟକୁ ୫ ହଜାର ଟଙ୍କାରେ ବିକ୍ରି କରୁଥିଲେ ।

ଏମ୍ସରେ ରୋଗୀ ଚିକିତ୍ସା ମାଗଣା ହୋଇଥିବା ବେଳେ ଦଲାଲ୍ ୫ ହଜାର ଟଙ୍କାର ବର୍ହି ବିଭାଗ ଟିକେଟ୍ ଦେଉଛନ୍ତି । ପୋଲିସ ଏବେ ୧୨ ଜଣ ଦଲାଲଙ୍କୁ ଗିରଫ କରିଥିବା ବେଳେ ଆଗକୁ ଗିରଫଦାରୀ ବଢ଼ିପାରେ ବୋଲି କୁହାଯାଉଛି । ଅନ୍ୟମାନଙ୍କୁ ଧରିବାକୁ ପୋଲିସ ଧରପଗଡ଼ ଜାରି ରଖିଛି ।

ଏଭଳି ଭାବେ ଦୈନିକ ଠକେଇ କରି ଦଲାଲ୍ ଦିନକୁ ୫୦ରୁ ୬୦ ହଜାର ଟଙ୍କା ଆୟ କରୁଥିବା ଜଣାପଡ଼ିଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଦଲାଲ୍ ମାନେ ଖଣ୍ଡଗିରି ଅଞ୍ଚଳର । ଅକ୍ଟୋବର ୨୮ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା । ଯେଉଁଥିରେ ଦଲାଲଙ୍କ ଉପରେ ନଜର ରଖିବାକୁ କୁହା ଯାଇଥିଲା ।

Leave A Reply

Your email address will not be published.