ଭୁବନେଶ୍ୱର: ରାଜଧାନୀରେ ଦୁଇଟି ପୃଥକ ଘଟଣାରେ ପୁଲିସ ଆକ୍ରମଣ ଓ ଭଙ୍ଗାରୁଜା ଅଭିଯୋଗରେ ୧୬ ଜଣଙ୍କୁ ଗିରଫ କରିଛି।
କମିସନରେଟ୍ ପୁଲିସର ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧ ଓ ୨ ତାରିଖରେ ଅଭିଯୁକ୍ତମାନେ ସହରର ପଦ୍ମକେଶରୀପୁରରେ ଦୁଇଟି ଘର ଭାଙ୍ଗିଥିଲେ। ଉଭୟଙ୍କ ଘରୁ ଜିନିଷପତ୍ର ବାହାରକୁ ଫୋପାଡ଼ି ଦେଇଥିଲେ।
ଅଭିଯୁକ୍ତମାନେ ମହିଳାଙ୍କ ସମେତ ପରିବାର ଲୋକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘରୁ ବାହାରିବା ପୂର୍ବରୁ ଘରୁ ଟଙ୍କା ମଧ୍ୟ ନେଇଯାଉଥିଲେ। ପରେ ଦୁଇ ପୀଡ଼ିତା ମଞ୍ଚେଶ୍ୱର ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରିଥିଲେ।
ଅଭିଯୋଗ ପରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପଚରାଉଚରା ବେଳେ ଅଭିଯୁକ୍ତମାନେ ନିଜ ଦୋଷ ସ୍ୱୀକାର କରିଛନ୍ତି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଥିବା ଜଣାପଡ଼ିଛି।
Comments are closed.