Latest Odisha News

BREAKING NEWS

ଖଣି ବ୍ୟବସାୟୀ ନିରାକାର ସାହୁ ହତ୍ୟା ଘଟଣା: ସୁପାରୀ କିଲର ସମେତ ୨ ଗିରଫ

ଢେଙ୍କାନାଳ: ମାକ୍ଷାନଗର ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ଖଣି ବ୍ୟବସାୟୀ ନିରାକାର ସାହୁ ହତ୍ୟାକାଣ୍ଡରେ ସୁପାରୀ କିଲର ଗିରଫ । ପୂର୍ବରୁ ଏହି ମାମଲାରେ ଦୀପକଙ୍କ ପୁଅ ଦିବ୍ୟ ଦର୍ଶନ ଗିରଫ ହୋଇଥିବାବେଳେ, ଏବେ ଦୁଇ ଜଣ ସୁପାରୀ କିଲରଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ରାକେଶ ନାଥ ଓ ଦେବ ବର୍ଜା । ଏନେଇ ଏକ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ଏସପି ଜ୍ଞାନ ରଞ୍ଜନ ମହାପାତ୍ର ।

ରାକେଶ ନାଥ ଓ ତାର ସହଯୋଗୀ ଦେବ ବର୍ଜାକୁ ମୟୁରଭଞ୍ଜରୁ କାମାକ୍ଷାନଗର ପୋଲିସ ଗିରଫ କରିଛି । ରାକେଶଙ୍କ ଘର କାମାକ୍ଷାନଗର ଥାନା ପୁରୁଣା ଆଳତୁମା ଗାଁରେ ହୋଇଥିବା ବେଳେ, ଦେବ ବର୍ଜାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଜାମଡ଼ା ଥାନା ଅନ୍ତର୍ଗତ ଡୁମଡ଼ିହିରେ । ୬ ଲକ୍ଷ ଟଙ୍କା ଡିଲ୍‌ରେ ଏହି ଦୁଇ ଜଣ ନିରାକାର ସାହୁଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଗତ ସେପ୍ଟେମ୍ବର ମାସ ୨୭ ତାରିଖ ବିଳମ୍ବିତ ରାତିରେ ନିରାକାର ସାହୁଙ୍କୁ ଆଳତୁମା ଗାଁ ରେଲୱେ ଓଭରବ୍ରିଜ୍ ନିକଟରେ ଗୁଳିମାଡ କରି ହତ୍ୟା କରାଯାଇଥିଲା ।

ସୂଚନା ମୂତାବକ, ଦିବ୍ୟଦର୍ଶନର ବାପା ଦୀପକ ମାହୁନ୍ତ ତଥା ବିଜେଡି ନେତା ଓ ପୂର୍ବତନ ସମିତି ସଭ୍ୟ ଦୀପକ କୁମାର ମହନ୍ତଙ୍କୁ ୨୦୨୧ ମସିହାରେ ମୃତ ନିରାକାର ତାର ସହଯୋଗୀମାନେ ମିଶି କିଛି ବର୍ଷ ପୂର୍ବେ ଗୁଳି କରି ହତ୍ୟା କରିଥିଲେ । ବାପାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ପୁଅ ଦିବ୍ୟଦର୍ଶନ ରାକେଶ ନାଥଙ୍କ ସହ ସହିତ ୬ ଲକ୍ଷ ଟଙ୍କାର ଡିଲ୍ କରିଥିଲା ।

ଦୀପକ ମାହୁନ୍ତ ହତ୍ୟାକାଣ୍ଡରେ ନିରାକାର ମୁଖ୍ୟ ଅଭିଯୁକ୍ତ ଥିବାବେଳେ ସେ ଗିରଫ ହୋଇ ଜେଲରେ ଥିଲେ । କିନ୍ତୁ ପରେ ସେ ଜାମିନରେ ଆସିଥିଲେ । ଆଉ ଏହାପରେ ତାଙ୍କୁ ମାରିବା ପାଇଁ ଦିବ୍ୟଦର୍ଶନ ଆରମ୍ଭ କରିଥିଲେ ମାଷ୍ଟର ପ୍ଲାନ । ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଖୁବଶୀଘ୍ର ଧରାଯିବା ନେଇ ଏସପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.