Latest Odisha News

BREAKING NEWS

ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟ ଆଗରେ ଅଭିଭାବକଙ୍କ ଧାରଣା

ଢେଙ୍କାନାଳ: ଶିକ୍ଷକ ନିଯୁକ୍ତି ଦାବି ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କୁ ପାଠ ପଢାଇବା ପାଇଁ ଅଛନ୍ତି ମାତ୍ର ଦୁଇଜଣ ଶିକ୍ଷକ। ନୂଆ ଶିକ୍ଷକ ନିଯୁକ୍ତି ନେଇ ଦାବି ପରେ ବି ପ୍ରଶାସନ ଶୁଣୁନଥିବା ଅଭିଯୋଗ କରିଛନ୍ତି ଅଭିଭାବର। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଙ୍ଗେଇଲ ଜନତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟ ଆଗରେ ଅଭିଭାବକ ବିକ୍ଷୋଭ କରିଛନ୍ତି। ସ୍କୁଲରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏଁ ରହିଥିବା ବେଳେ ୧୫୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ୩ଟି ଶ୍ରେଣୀ ପାଇଁ ମାତ୍ର ୨ ଜଣ ଶିକ୍ଷକ ରହିଥିବା ବେଳେ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ସରକାରୀ ନିୟମ ଅନୁଯାୟୀ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷକ ହିସାବରେ ମୋଟ ୫ ଜଣ ଶିକ୍ଷକ ନିଯୁକ୍ତି ହେବା କଥା। କିନ୍ତୁ ୩ ଜଣ ଶିକ୍ଷକ ମଧ୍ୟରୁ ଜଣେ ସିଆରସି ଥିବା ବେଳେ ଆଉ ଦୁଇ ଜଣ ଶିକ୍ଷକ ଶିକ୍ଷାଦାନ କରନ୍ତି। ଜଣେ ପ୍ରଧାନ ଶିକ୍ଷକ ଓ ଆଉ ଜଣେ ସହକାରୀ ଶିକ୍ଷକ। ପ୍ରଧାନ ଶିକ୍ଷକ କୌଣସି ସରକାରୀ କାର୍ଯ୍ୟରେ ଗଲେ ଆଉ ମାତ୍ର ଜଣେ ଶିକ୍ଷକ ରୁହନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବହୁ ଅସୁବିଧାର ସମ୍ମୁଖିନ ହେଉଥାଏ।

ଏନେଇ ବାରମ୍ବାର ପ୍ରଶାନସକୁ ଅଭିଯୋଗ କରିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନଥିଲା। ତେବେ ଅଭିଭାବକଙ୍କ ତରଫରୁ ପୂର୍ବରୁ ବାରମ୍ବାର ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ। ନୂଆ ଶିକ୍ଷକ ନିଯୁକ୍ତି ନେଇ ଅବିଭାବକମାନେ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ସମାଧାନ କରାଯାଉନାହିଁ। ଶେଷରେ ଆଜି ସକାଳ ୧୦ଟା ଠାରୁ ସ୍କୁଲ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ବସିଥିଲେ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ। ଏପରିକି ସ୍କୁଲ ଭିତରକୁ ଶିକ୍ଷକଙ୍କୁ ମଧ୍ୟ ଛାଡିନଥିଲେ। ବ୍ଲକ ଶିକ୍ଷାଅଧିକାରୀ ଆଗାମୀ କିଛି ଦିନ ଭିତରେ ଜଣେ ଶିକ୍ଷକ ନିଯୁକ୍ତି ଦେବାର ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଥିଲେ ଏବଂ ପାଠପଢା ସ୍ବାଭାବିକ ହୋଇଥିଲା।

Leave A Reply

Your email address will not be published.