Latest Odisha News

BREAKING NEWS

୫ ନକଲି ମାଓବାଦୀ ଗିରଫ

ରାୟଗଡ଼ା: ୫ ଜଣ ନକଲି ମାଓବାଦୀ ଗିରଫ । ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରୁ ୪ ଜଣ ଓ ଶେଷଖାଲରୁ ଜଣେ ନକଲି ମାଓବାଦୀ ଗିରଫ ହୋଇଛନ୍ତି । ମାଓବାଦୀଙ୍କ ନାଁରେ ଗାଡ଼ି ପୋଡିବା ସହ ପୋଷ୍ଟର ଲଗାଇବା ଅଭିଯୋଗରେ ଗିରଫ କରିଛି ପୋଲିସ ।

ଗତ ଜାନୁଆରୀ ୨୨ରେ ବୁଡ଼ାଗୁଡ଼ା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ । ରାସ୍ତା ନିର୍ମାଣକାରୀ ଠିକାସଂସ୍ଥାର ଗାଡ଼ି ପୋଡ଼ିବା ସହ ପୋଷ୍ଟର ଲଗାଇଥିଲେ । ମାଓବାଦୀଙ୍କ ନାଁରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା ।

ଭିଯୁକ୍ତମାନେ ହେଲେ ଶେଷଖାଲ ଥାନ ଅନ୍ତର୍ଗତ ହାଣ୍ଡିପଡୁଗ୍ରାମର ଗୋପାଳ ମଣ୍ଡିଆ ସହୁ, କାଶୀପୁର କଞ୍ଜଙ୍ଗମଣ୍ଡି ଗ୍ରାମର ବଲିମାଝୀ, ଟକିରି ଥାନା ଅଞ୍ଚଳର ରାମ୍ପଡୁ ସିମାଞ୍ଚଳ ମାଝୀ, ଦୁଡୁକାବହାଲ ଗ୍ରାମର ସନ୍ତୋଷ ରାୟ, ଟିକିରି ହରିଜନସାହିର ଜୟନ୍ତ ନାଏକ । ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।

Comments are closed, but trackbacks and pingbacks are open.