Latest Odisha News

BREAKING NEWS

ରାଜ୍ୟରୁ କରୋନା ନେଲା ଆଉ ୨୨ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବଢୁଛି । ଆଉ ୨୨ ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ କରୋନା । ଅଡିଟ୍ ପ୍ରୋସସେର ଏମାନଙ୍କର କରୋନାର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୮ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।

ଭୁବନେଶ୍ୱରରୁ କରୋନା ଆଉ ୨ ଜଣଙ୍କର ଜୀବନ ନେଇଛି । ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୩ ଜଣଙ୍କର ଜୀବନ ନେଇଛି କରୋନା ।

ଅନୁଗୋଳ, ଜଗତସିଂହପୁର, ନବରଙ୍ଗପୁର, କେନ୍ଦ୍ରପଡା ଓ କେନ୍ଦୁଝର ଜିଲ୍ଲାରୁ ଆଉ ଜଣେ ଲେଖାଏ ସଂକ୍ରମିତ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୮ହଜାର ୮୮୪କୁ ବୃଦ୍ଧି ପାଇଛି ।

Comments are closed, but trackbacks and pingbacks are open.