Latest Odisha News

BREAKING NEWS

‘ସୁଭଦ୍ରା’ ଫର୍ମ ପୂରଣ ନାଁରେ ଟଙ୍କା ହଡ଼ପ କରି ଯୁବକ ଗିରଫ

କେନ୍ଦୁଝର: ‘ସୁଭଦ୍ରା’ ଫର୍ମ ପୂରଣ ନାଁରେ ଆଧାର ସଂଯୋଗ କରି ବ୍ୟାଙ୍କ ଆକାଉଣ୍ଟ ଲୁଟୁଥିଲେ ଏବେ ଏହି ଘଟଣାରେ ଜଣେ ଠକକୁ ଗିରଫ କରିଛି କେନ୍ଦୁଝର ପୋଲିସ । ଗିରଫ ଯୁବକ ଜଣକ ହେଲା ନୟାକୋଟ ଥାନା କଲଣ୍ଡା ଗାଁର ରାମ ମୁଣ୍ଡା । ଗିରଫ ପରେ ଯୁବକଙ୍କୁ କୋର୍ଟଚାଲାଣ କରିଛି ପୋଲିସ ।

ଖବର ମୁକାବକ, ରାମ ମୁଣ୍ଡା ସାଇବର ଠକମାନଙ୍କ ଠାରୁ ଗୋଟିଏ ଲିଙ୍କ ଆଣି ସେହି ଲିଙ୍କକୁ ବେଣାମୁଣ୍ଡା ଓ ରାଇସୁଆଁ ମୋ ସେବା କେନ୍ଦ୍ରର କର୍ମଚାରୀଙ୍କୁ ଦେଇଥିଲେ । ଏଥିପାଇଁ ସେମାନଙ୍କୁ ଜଣକା ୩୦ ଟଙ୍କା ଲେଖାଏଁ ମିଳିବ ବୋଲି କୁହାଯାଇଥିଲା । ତେଣୁ ସେହି ଦୁଇ ସେବା କେନ୍ଦ୍ର କର୍ମଚାରୀମାନେ ସୁଭଦ୍ରା ଫର୍ମ ପୂରଣ କରିବା ବାହାନାରେ ରାମ ମୁଣ୍ଡା ଦେଇଥିବା ଲିଙ୍ଗରେ କ୍ଲିକ୍‌ କରି ଆଧାର ସଂଯୋଗ କରିଥିଲେ । ଯେଉଁଥିପାଇଁ ସୁଭଦ୍ରା ଆବେଦନ କରିବାକୁ ଆସିଥିବା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଇଥିଲା ।

ଏନେଇ ପୋଲିସ ରେ ଅଭିଯୋଗ ହୋଇଥିଲା । ବେଣାମୁଣ୍ଡା ଓ ରାଇସୁଆଁ ମୋ’ ସେବା କେନ୍ଦ୍ରରେ କର୍ମଚାରୀଙ୍କୁ ଜେରା ବେଳେ ସେମାନଙ୍କ ଠାରୁ ସବୁ ତଥ୍ୟ ପାଇଥିଲା । ଏହାକୁ ଭିତ୍ତି କରି ପୋଲିସ ନୟାକୋଟ ଥାନା କଲଣ୍ଡା ଗାଁର ରାମ ମୁଣ୍ଡାକୁ ଉଠାଇ ଆଣିଥିଲା । ପଚରାଉଚରା ବେଳେ ସବୁ କଥା କହି ପକାଇଥିଲା ରାମ ମୁଣ୍ଡା ।

ଗିରଫ ଅଭିଯୁକ୍ତଙ୍କ ବୟାନ ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପାଇଁ ଉଦ୍ୟମ ଚଳାଇଛି ।

Leave A Reply

Your email address will not be published.