ପୁରୀ: ପୁରୀ କଣାସରେ ଜଘନ୍ୟ କାଣ୍ଡ । ବସ୍ ଭିତରେ ପଶି ଯାତ୍ରୀଙ୍କୁ ହାଣି ପକାଇଲା ଯୁବକ । ଘଟଣାରେ ୭ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲକ୍ଷ୍ମୀ ବସ୍ରେ ଯାତ୍ରା କରୁଥିବାବେଳେ ବସ୍ ଭିତରେ ପଶି ୭ଜଣଙ୍କୁ ଅମାନୁଷିକ ଭାବେ ହାଣି ପକାଇଛି ଯୁବକ । ଖବର ପାଇ କଣାସ ଖାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଛି ।
ଅଭିଯୁକ୍ତ ହେଲେ ଭରତ ଭୋଇ (୩୫) ଓ ସେ ଶୁକଳ ର ବାସିନ୍ଦା। ତେବେ କେଉଁ କାରଣ ପାଇଁ ଏହି ଘଟଣା ଘଟିଲା ତାହା ଅସ୍ପଷ୍ଟ ରହିଚି। ଅଭିଯୁକ୍ତ କୁ ସ୍ଥାନୀୟ ଲୋକ ନିସ୍ତୁକ ମାଡ ମାରିବା ପରେ ତାକୁ ଗୁରୁତର ଅବସ୍ଥା ରେ ଚିକିତ୍ସା ପାଇଁ ପୁରୀ ବଡ ମେଡିକାଲ ରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଲକ୍ଷ୍ମୀ ବସ୍ ପୁରୀ କଣାସରୁ ଗଡ଼ିଶାଗଦା ଅଭିମୁଖେ ଯାଉଥିଲା । ହଠାତ୍ ବିନ୍ଧଣ ଛକ ନିକଟରେ ବସ୍ରେ ପଛ ସିଟ୍ରେ ବସିଥିବା ଯୁବକ ଜଣଙ୍କ ଆସି ସାମ୍ନାରେ ବସିଥିବା ଯାତ୍ରୀଙ୍କୁ ଆକ୍ରମଣ କରିଥିଲା । ତେବେ କେଉଁ ଉଦ୍ଦେଶ୍ୟରେ ଯୁବକ ଜଣଙ୍କ ଆକ୍ରମଣ କଲା ସେନେଇ କୌଣସି ସୂଚନା ମିଳିପାରି ନାହିଁ । ତେବେ ତଦନ୍ତ ଚାଲିଥିବା ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି।
Comments are closed.