Latest Odisha News

BREAKING NEWS

ମଦ ଦୋକାନ ଲୁଟେରା ଗ୍ୟାଙ୍ଗ୍‌ କାବୁ କଲା ପୋଲିସ; ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ

ଗଞ୍ଜାମ: ଭଞ୍ଜନଗର ପୋଲିସକୁ ସଫଳତା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ମଦ ଦୋକାନକୁ ଟାର୍ଗେଟ୍ କରି ବିଳମ୍ବିତ ରାତିରେ ମଦ ଦୋକାନ ଗୁଡିକର ସଟର ତାଡି ଲୁଟ୍ କରୁଥିବା ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭଞ୍ଜନଗର ପୋଲିସ । ସେମାନଙ୍କ ନିକଟରୁ ୧ ଲକ୍ଷ ୭୫ ହଜାର ଟଙ୍କା ଜବତ ହୋଇଥିବା ସୂଚନା ରହିଛି ।

ଆଜି ଭଞ୍ଜନଗର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ଗଞ୍ଜାମ ଥାନା ପ୍ରେବେସନର ଆପିଏସ୍ ମନିଷା ସଗୁନ କହିଛନ୍ତି ଯେ, ଦୀର୍ଘ ଦିନ ଧରି ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା ଏହି ଲୁଟେରା ଗ୍ୟାଙ୍ଗ । ଗତ ଏକ ମାସ ମଧ୍ୟରେ ଭଞ୍ଜନଗର ଥାନା ସମେତ ଛତ୍ରପୁର, ବେଗୁନିଆପଡା, ରମ୍ଭା ଓ ଗଞ୍ଜାମ ଥାନା ଅଞ୍ଚଳରେ ମଦଦୋକାନ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ସେହି ଲୁଟେରା ମାନଙ୍କୁ ଗିରପ କରିବା ଏକ ପ୍ରକାର ଚ୍ୟାଲେଞ୍ଜ ପାଲଟିଥିଲା ।

ତେବେ ଗିରଫ ଅଭିଯୁକ୍ତମାନେ ହେଲେ ହିଞ୍ଜିଳି ଥାନା ବୁରୁପଦାର ବବୁଲୁ ଦଳାଇ, ବୁଗୁଡ଼ା ଥାନା ଅରଖପୁରର ଅରୁଣ ନାୟକ, ଅଜୟ ନାୟକ ଓ ଚିତ୍ରସେନ ଜେନା, ପୁରୁଷୋତ୍ତମପୁର ଥାନା ଭାଟକୁମାରଡ଼ାର ରଞ୍ଜନ ରାଉଳ । ବିଭିନ୍ନ ଥାନାରେ ରୁଜୁ ହୋଇଥିବା ୬ ଗୋଟି ମାମଲାରେ ୩ ଲକ୍ଷ ୪୬ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିବା ବେଳେ ସେଥି ମଧ୍ୟରୁ ୧ ଲକ୍ଷ ୭୫ ହଜାର ଟଙ୍କା ଜବତ ହୋଇଛି ।

Comments are closed.